ଓଡ଼ିଶାଲାଇଭ୍ ବ୍ୟୁରୋ

ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ ପରେ ମହାପ୍ରଭୁ ଜରରେ ପଡ଼ି ଅଣସର ଗୃହରେ ରହିଛନ୍ତି। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅଣସର ଗୃହରେ ଚାଲିଛି ଗୋପନ ସେବା।

ଚତୁର୍ଦ୍ଧାମୂର୍ତ୍ତିଙ୍କର ସେବା କରୁଛନ୍ତି ଦଇତାପତି ସେବାୟତ। ଆଜି ଅଣସର ଗୃହରେ ମହାପ୍ରଭୁଙ୍କ ପଞ୍ଚମ ଦିନ। ଏହି ଦିନରେ ମହାପ୍ରଭୁଙ୍କୁ ଫଲୁରି ତେଲ ଲାଗି କରାଯିବ। ଏହି ତେଲ ଲାଗି ପରେ ମହାପ୍ରଭୁ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି।

ବଡ଼ ଓଡ଼ିଆ ମଠ ଏହି ତେଲକୁ ପ୍ରସ୍ତୁତ କରୁଛି। ଏହି ତେଲରେ ମହାପ୍ରଭୁଙ୍କର ଚିକିତ୍ସା କରାଯାଏ।

ଜୁଲାଇ ୨ରେ ମହାପ୍ରଭୁ ସୁସ୍ଥ ହୋଇ ନବଯୗବନ ଦର୍ଶନ ଦେବେ।

Comment