ଓଡ଼ିଶାଲାଇଭ୍‍ ବ୍ୟୁରୋ

ଚିଟଫଣ୍ଡ ଠକେଇ ମାମଲାରେ ସିସୋର ସଂସ୍ଥାର ମାଲିକ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ମଞ୍ଜୁର କରିଛନ୍ତି। ଜାମିନ୍ ସର୍ତ୍ତ ଅନୁଯାୟୀ ତାଙ୍କୁ ପାସପୋର୍ଟ ଦାଖଲ କରିବାକୁ ହେବ। ବିଦେଶ ଯିବାକୁ ଚାହିଁଲେ ତଦନ୍ତକାରୀ ଅଧିକାରୀଙ୍କଠାରୁ ଏଥିପାଇଁ ଅନୁମତି ନେବେ।

ଦୁଇ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନରେ ଯିବେ। କେତେ ଟଙ୍କାର ଜାମିନଦାର ସେନେଇ ନିମ୍ନ ଅଦାଲତ ସ୍ଥିର କରିବେ। ଯଦି ନିମ୍ନ ଅଦାଲତ ଚାହିଁବେ ଅନ୍ୟ କୌଣସି ସର୍ତ୍ତ ମଧ୍ୟ ରଖିପାରିବେ।

ଚିଟଫଣ୍ଡ ଠକେଇ ମାମଲାରେ ପ୍ରଶାନ୍ତଙ୍କ ନାଁରେ ୫୦୦ କୋଟିରୁ ଉର୍ଦ୍ଧ୍ୱ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତି କରି ୨୦୧୩ ମସିହାରେ ପ୍ରଶାନ୍ତଙ୍କୁ କ୍ରାଇମବ୍ରାଞ୍ଚ ଇଓଡବଲ୍ୟୁ ମୁମ୍ବାଇରୁ ଗିରଫ କରିଥିଲା।

ଚାର୍ଜସିଟରେ ଉଲ୍ଲେଖନୁଯାୟୀ ପ୍ରମାଣ ନମିଳିବାରୁ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଗତ ୪ ବର୍ଷ ହେଲା ସେ ଝାରପଡ଼ା ଜେଲରେ ରହିଛନ୍ତି। ଏହା ପୂର୍ବରୁ ତାଙ୍କ ଭାଇ ତଥା ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ପ୍ରଭାତଙ୍କୁ ମଧ୍ୟ ସୁପ୍ରିମକୋର୍ଟରୁ ଜାମିନ୍ ମିଳିଥିଲା।

Tags: Prashant Das, Seashore

LEAVE A REPLY

Please enter your comment!
Please enter your name here