ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଥରେ କ୍ରିକେଟ ପଡ଼ିଆରେ ସେମାନେ ଦେଖିବାକୁ ପାଇବେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ୱାଗଙ୍କ ଧୁଲେଇ।
କ୍ରିକେଟପ୍ରେମୀଙ୍କ ପାଇଁ ବଡ଼ ଖୁସି ଖବର। ପୁଣି ଥରେ କ୍ରିକେଟ ପଡ଼ିଆରେ ସେମାନେ ଦେଖିବାକୁ ପାଇବେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ୱାଗଙ୍କ ଧୁଲେଇ। ପୁଣିଥରେ ତାଙ୍କ ବ୍ୟାଟରୁ ଚୌକା, ଛକା ଦେଖିବାକୁ ସୁଯୋଗ ମିଳିବ।
ଅବଶ୍ୟ ଏହି ମ୍ୟାଚ ଭାରତରେ ହେବନାହିଁ। ୟୁଏଇରେ ଏହି ମ୍ୟାଚ୍ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ଡିସେମ୍ବର ୨୧-୨୪ ପର୍ଯ୍ୟନ୍ତ ଶାରଜାରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ବୀରେନ୍ଦ୍ର ସେହ୍ୱାଗ। ଏହି ଟୁର୍ଣ୍ଣାମେଣ୍ଟର ବିଶେଷତ୍ଵ ହେଲା, ଏହା ପ୍ରଥମ ଟି-୧୦ ପ୍ରତିଯୋଗିତା। ଅର୍ଥାତ୍ ପ୍ରତ୍ୟେକ ଦଳ ୧୦-୧୦ ଓଭର ବିଶିଷ୍ଟ ଇଂନିସ ଖେଳିବେ।
ବର୍ତ୍ତମାନ ପର୍ଯ୍ୟନ୍ତ ଟି-୨୦ର ରୋମାଞ୍ଚ ଦେଖିଥିଲେ କ୍ରିକେଟପ୍ରେମୀ। ଏବେ ନୂଆ ଅନ୍ଦାଜରେ ଟି-୧୦ର ମଜା ଉଠାଇବେ ଦର୍ଶକ। ସେହ୍ୱାଗଙ୍କ ସହ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ୍। ଦୁହିଁଙ୍କ ସହ ବିଶ୍ୱର ବହୁ ବଡ଼ ବଡ଼ କ୍ରିକେଟ ତାରକା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ହେଉଛି ଟି-୧୦ ମ୍ୟାଚ ଆୟୋଜନ କରି କ୍ରିକେଟର ରୋମାଞ୍ଚକୁ ଦ୍ୱିଗୁଣିତ କରିବା।
Tags: Virender Sehwag, T-10, T-20, T-10 Match, T-20 Match, Cricket, Cricket Match, UAE, Chris Gayle, Cricket Fans








ପୁଣି ଥରେ କ୍ରିକେଟ ପଡ଼ିଆରେ ସେମାନେ ଦେଖିବାକୁ ପାଇବେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ୱାଗଙ୍କ ଧୁଲେଇ।









