ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରୀକୁ ନେଇ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଥିଲେ। ବୁଧବାର ଏହାର କାଉଣ୍ଟର ଜବାବ ଦେଇଛି ବିଜେପି। ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗଟେ କରିଛି ଦଳ। କହିଛି ଚିଟଫଣ୍ଡ ସଂସ୍ଥା ସିସୋର୍ ଗ୍ରୁପ ସହ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମ୍ପର୍କ ରହିଛି।
ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ପ୍ରସନ୍ନ ଆଚାର୍ଯ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ସିସୋର କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇଥିଲେ। ସିସୋର କମ୍ପାନୀକୁ କୋଟି କୋଟି ଟଙ୍କାର ସୁବିଧା ଦେବା ପାଇଁ ସରକାର ଚୁକ୍ତି ସ୍ୱାକ୍ଷର କରିଥିଲେ।”
୧୦ ଲକ୍ଷ ଓଡ଼ିଆଙ୍କଠାରୁ ୨୦ ହଜାର କୋଟି ଟଙ୍କା ଚିଟଫଣ୍ଡ ସଂସ୍ଥା ଠକି ନେଇଛି। ଏହାକୁ ବିଜେଡି ନେତାମାନେ ସ୍ୱୀକାର କରୁଛନ୍ତି ନା ନାହିଁ ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି। ବିଜେଡି ଟଙ୍କା ଲୁଟ୍ କରିଥିବା ଠକଙ୍କୁ ସମର୍ଥନ କରିବ ନା ଝାଳବୁହା ଧନ ହରାଇଥିବା ଲକ୍ଷାଧିକ ଜମାକାରୀଙ୍କ ପଛରେ ଛିଡା ହେବ ତାହାର ଉତ୍ତର ନବୀନ ପଟ୍ଟନାୟକ ଦିଅନ୍ତୁ ବୋଲି ପ୍ରଦୀପ ପୁରୋହିତ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here