ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିର ମିଶନ୍‍ ବିଜେପୁର। ବରଗଡ଼ ଜିଲ୍ଲା ବରପାଲିରେ ବିଜେପି ୩୦ ହଜାର କର୍ମୀଙ୍କୁ ଠୁଳକରି ରଣହୁଙ୍କାର ଦେବା ପରେ ମଙ୍ଗଳବାର ରୋଡମ୍ୟାପ୍‍ ପ୍ରସ୍ତୁତି କରୁଛି। ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟଠାରେ ଦିନିକିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନେତାମାନେ ବିଜେପୁର ପାଇଁ ମନ୍ଥନ କରୁଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବିଧାୟକମାନେ ଉପସ୍ଥିତ ରହି ଆଲୋଚନା ଜାରି ରଖିଛନ୍ତି।
ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ମିଶାଇ ବିଜେପୁର ଉପ-ନିର୍ବାଚନ ବୈତରଣୀ ପାର ହେବାକୁ ବିଜେପି ଲକ୍ଷ୍ୟ ରଖିଛି। ତେବେ ଅଶୋକ ଦଳରେ ମିଶିବା ପରେ ବରଗଡ଼ ବିଜେପିରେ ବିଦ୍ରୋହ ଆରମ୍ଭ ହୋଇଛି। ଜିଲ୍ଲା ସଭାପତି ନାରାୟଣ ସାହୁ ଅସନ୍ତୋଷ ଜାହିରକରି ସଭାସ୍ଥଳକୁ ଆସି ନଥିଲେ। ନାରାୟଣଙ୍କୁ ମନାଇ ଦଳକୁ ଆଣିବା ଏବଂ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ଚେକ୍‍‍ ଦେବା ପାଇଁ ବିଜେପି ଆଜି ଦଳୀୟ କାର୍ଯ୍ୟାଳୟରେ ଆଲୋଚନା କରୁଛି।

LEAVE A REPLY

Please enter your comment!
Please enter your name here