ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ୧୭ ବର୍ଷର ବିଜେଡି ସରକାର ଉପରେ ବର୍ଷିଛନ୍ତି। ୧୭ ବର୍ଷର ସରକାର ଓଡ଼ିଶାର ମୌଳିକ ସମସ୍ୟା ଦୂର କରିବାରେ ବିଫଳ ବୋଲି ଜାଭଡେକର ସାମ୍ମାଦିକ ସମ୍ମିଳନୀରେ କହିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ବିଜେଡି ସରକାରୁ ୭ଟି ବାଣ ମାରିଛନ୍ତି। ଆଉ ବିଜେଡି ମଧ୍ୟ ଜାଭଡେକରଙ୍କୁ ପାଲଟା ଆକ୍ରମଣ କରିବାକୁ ପଛାଇ ନାହିଁ।
 ଜାଭଡେକରଙ୍କ ୭ ବାଣ:-
-ଚିଟଫଣ୍ଡ ମହାଦୁର୍ନୀତିକୁ ପ୍ରୋତ୍ସାହନ ଦେଇଛନ୍ତି ରାଜ୍ୟ ସରକାର।
-ମୁଖ୍ୟମନ୍ତ୍ରୀ ଏବଂ ୫୦ ବିଜେଡି ବିଧାୟକ ବିଭିନ୍ନ ଚିଟଫଣ୍ଡ କମ୍ପାନି ପାଇଁ ପ୍ରଚାର କରିଛନ୍ତି।
-କର୍ପସ୍ ଫଣ୍ଡ ଗଠନ ଧୂଆଁବାଣ।
-କେନ୍ଦ୍ରୀୟ ଯୋଜନାରେ ଆସୁଥିବା ଟଙ୍କାକୁ ହଡ଼ପ କରୁଛନ୍ତି ରାଜ୍ୟ ସରକାର।
-ସ୍କୁଲରେ ଶିକ୍ଷକ ନାହାନ୍ତି କି ଡାକ୍ତରଖାନାରେ ଡାକ୍ତର ନାହାନ୍ତି।
-ପାଇପ୍‌ରେ ପାଣି ଆସୁନି କି ଗାଁରେ ବିଜୁଳି ପହଞ୍ଚୁନି।
-ଭ୍ରଷ୍ଟାଚାରକୁ ପୁଞ୍ଜି କରିଛନ୍ତି ରାଜ୍ୟ ସରକାର।
ବିଜେଡି ଦେଲା ଜବାବ
ପ୍ରକାଶ ଜାଭଡେକର ଗୋଟିଏ ପରେ ଗୋଟି ବାଣ ମାରି ଶାସକ ବିଜେଡିକୁ ଟାର୍ଗଟେ କରିବା ପରେ ବିଜେଡି ପାଲଟା ଆକ୍ରମଣ କରିଛି। ମୁଖପାତ୍ର ସସ୍ମିତ ପାତ୍ର ଏହାକୁ ମିଛ ଓ ଭିତ୍ତିହୀନ ବୋଲି କହିଛନ୍ତି।

 

LEAVE A REPLY

Please enter your comment!
Please enter your name here