ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟରେ କଂଗ୍ରେସ-ବିଜେପି ରାଜନୀତିକୁ ନେଇ ଯେତିକି ଚର୍ଚ୍ଚା ହେଉନି ତାଠୁ ଅଧିକ ଚର୍ଚ୍ଚା ହେଉଛି ରାହୁଲ ଗାନ୍ଧିଙ୍କ ପୋଷା କୁକୁର ପପିକୁ ନେଇ।

ବାଜିଛି ଗୁଜୁରାଟ ନିର୍ବାଚନ ବିଗୁଲ୍। ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ମୁହାଁମୁହିଁ ହେଉଛନ୍ତି ପାରମ୍ପରିକ ପ୍ରତିଦ୍ବନଦ୍ବୀ କଂଗ୍ରେସ-ବିଜେପି। ହେଲେ ଏବେ କଂଗ୍ରେସ ଏବଂ ବିଜେପି ରାଜନୀତିକୁ ନେଇ ଯେତିକି ଚର୍ଚ୍ଚା ହେଉନି ତାଠୁ ଅଧିକ ଚର୍ଚ୍ଚା ହେଉଛି ରାହୁଲ ଗାନ୍ଧିଙ୍କ ପୋଷା କୁକୁର ପପିକୁ ନେଇ।
ରାହୁଲ ପ୍ରଥମେ ତାଙ୍କ ପୋଷା କୁକୁରର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାକୁ ନେଇ ବିଜେପି ଆଇଟି ସେଲ୍‌ ଇନ୍‌ଚାର୍ଜ ଅମିତ ମାଲବ୍ୟ ଏକ ଟ୍ବିଟ କରିବା ସହ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ରାହୁଲ୍ ସାଇକେଲ ଚଲାଉଥିବା ନଜର ଆସୁଥିବା ବେଳେ ସାଇକେଲ୍ ଆଗରେ କୁକୁର ଛୁଆ ବସିଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଫଟୋ ଏବେ ଚର୍ଚ୍ଚାରେ ରହିଛି।
ଗୁଜୁରାଟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ରାହୁଲ ଚର୍ଚ୍ଚାରେ ରହୁଛନ୍ତି। ବିଶେଷକରି ରାହୁଲ ଏବେ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ବିଭିନ୍ନ ମତ, ମନ୍ତବ୍ୟ ଏବଂ ଫଟୋ ପୋଷ୍ଟ କରି ରାହୁଲ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବାରୁ ବିଜେପି ଆଇଟି ସେଲ୍‌ ‘କୁକୁର ସହ ରାହୁଲ’ଙ୍କ ଫଟୋକୁ ଏକାଠି କରି ସମାଲୋଚନା କରିଛି। ହେଲେ ଏହାକୁ ରାହୁଲ ଗୁରୁତ୍ବ ଦେଇ ନାହାନ୍ତି।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ‘ଗଧ’ ପ୍ରସଙ୍ଗ ଚର୍ଚ୍ଚାରେ ରହିଥିଲା। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଧକୁ ନେଇ ରାଜନୀତି ମାହୋଲ୍‌କୁ ସରଗରମ୍ କରିଥିଲେ।
ଅଖିଳେଶ ଏକ ନିର୍ବାଚନ ସଭାରେ କହିଥିଲେ, ” ଆପଣ କେବେ ଗଧର ବିଜ୍ଞାପନ ଦେଖିଛନ୍ତି? ମୁଁ ଉତ୍ତରପ୍ରଦେଶର ସମସ୍ତ ମହାନାୟକଙ୍କୁ ନିବେଦନ କରୁଛି ଯେ, ସେମାନେ ଗୁଜୁରାଟର ଗଧମାନଙ୍କର ବିଜ୍ଞାପନ କରନ୍ତୁ ନାହିଁ।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, “ମଧ ମୋତେ ପ୍ରେରଣା ଦେଇଥାଏ। ହେଲେ ଅଖିଳେଶ ବିଜେପି ଏବଂ ମୋ ଉପରେ ରାଜନୈତିକ ଆକ୍ରୋଶ ରଖି ଗଧଙ୍କୁ ସମାଲୋଚନା କରିବା ଠିକ୍ ନୁହେଁ।”

LEAVE A REPLY

Please enter your comment!
Please enter your name here