ଓଡ଼ିଶାଲାଇଭ୍ ବ୍ୟୁରୋ
ପହଲଗାମ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ପହଲଗାମ ଆତଙ୍କୀ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି ରୁଷ ରାଷ୍ଟ୍ରପତି।
ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହ ଏପରି ଘୃଣ୍ୟ କାର୍ଯ୍ୟ ପଛରେ ଥିବା ଆକ୍ରମଣକାରୀ ଦଣ୍ଡିତ ହେବା ଆବଶ୍ୟକ ବୋଲି କହିଛନ୍ତି ପୁଟିନ। ଆତଙ୍କବାଦ ବିରୋଧ ଲଢ଼େଇରେ ସେ ଭାରତକୁ ପୂର୍ଣ୍ଣ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି। ଏଥିସହ ଭାରତ ଓ ରୁଷ ମଧ୍ୟରେ ଥିବା କୌଣସି ବାହ୍ୟ ପ୍ରଭାବ ଦ୍ୱାରା ପ୍ରଭାବିତ ହେବନାହିଁ ବୋଲି କ୍ରେମଲିନ୍ ପକ୍ଷରୁ କୁହାଯାଇଛି।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଅନ୍ୟପଟେ ରୁଷର ଭାରତ ପ୍ରତି ଏପରି ପୂର୍ଣ୍ଣ ସମର୍ଥନ, ପାକିସ୍ତାନ ପାଇଁ ବଡ଼ ଝଟକା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
Tags: #russia #pahalgam #PMNarendraModi #Putin #Kashmir #jammukashmir