ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ ଅହମିୟା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁରସ୍ଥିତ ଘରର ରକ୍ଷଣାବେକ୍ଷଣ କରିବେ ଓଡ଼ିଶା ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଆସାମ ସଂସ୍କୃତି ମନ୍ତ୍ରୀ ନବ କୁମାର ଡୋଲେଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବାସଭବନ ରକ୍ଷଣାବେକ୍ଷଣ କରିବାକୁ ନିବେଦନ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ସ୍ବର୍ଗତ ବେଜବରୁଆଙ୍କ ପାଇଁ ଓଡ଼ିଶାବାସୀ ଗୌରବ ଅନୁଭବ କରୁଛନ୍ତି। ତାଙ୍କ ପ୍ରତି ସମ୍ମାନ ଏବଂ ଆସାମବାସୀଙ୍କ ଇଚ୍ଛା ଯୋଗୁଁ ବେଜବରୁଆଙ୍କ ବାସଭବନର ପୁନରୁଦ୍ଧାର ଏବଂ ଦାୟିତ୍ବ ଓଡ଼ିଶା ସରକାର ବହନ କରିବେ।”
ଏହି ଘରର ପୁନରୁଦ୍ଧାର ଆନ୍ତର୍ଜାତିକ ସଂସ୍କୃତି ଓ ଐତିହ୍ୟ ଅନୁଷ୍ଠାନ ଇନ୍‌ଟାକ୍‌ ଦ୍ବାରା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାନଦୀ ବ୍ରିଜର ଉନ୍ନତିକରଣ ଲାଗି ସମ୍ବଲପୁର ଗୋଲେଇ ଛକରେ ଥିବା ଅଞ୍ଚଳକୁ ଭାଙ୍ଗିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏହି ଅଞ୍ଚଳରେ ଅହମିଆ ସାହିତ୍ୟିକ ବେଜବରୁଆଙ୍କ ଘର ରହିଥିଲା। ଏହାପରେ ବିବାଦ ଦେଖାଦେଇଥିଲା।

 

LEAVE A REPLY

Please enter your comment!
Please enter your name here