ଓଡ଼ିଶାଲାଇଭ୍‍ ବ୍ୟୁରୋ

ଯୁବପିଢ଼ିଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିଲେ ‘ସ୍କିଲ୍‍‍ ଇଣ୍ଡିଆ’ ଯୋଜନା। ହେଲେ ଏହି ଯୋଜନା  ବିହାରର ଛପରା ଜିଲ୍ଲାରେ ଫେଲ୍‌ ମାରିଥିବା ଆୟୋଜିତ ନିଯୁକ୍ତି ମେଳାରୁ ସ୍ପଷ୍ଟ ହୋଇଛି। ୨ ଦିନିଆ ନିଯୁକ୍ତି ମେଳାରେ ମାତ୍ର ୨୦ ଜଣଙ୍କୁ ନିଯୁକ୍ତି ମିଳିଛି।

‘‘ସ୍କିଲ୍‍‍ ଇଣ୍ଡିଆ’ ତରଫରୁ ବିହାରର ଛପରା ଜିଲ୍ଲାରେ ଆୟୋଜନ କରାଯାଇଥିଲା ନିଯୁକ୍ତି ମେଳା। ଏହି ମେଳାକୁ ଶୁଭାରମ୍ଭ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ୍‍ ତଥା କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ମେଳାକୁ ଶୁଭାରମ୍ଭ କରିବା ଅବସରରେ ଧର୍ମେନ୍ଦ୍ର ବିହାର ଯୁବକ ଆଗାମୀ ଦିନରେ ଜାପାନ ଯିବେ ବୋଲି ଭରସା ଦେଇଥିଲେ। ମାତ୍ର୨ ଦିନ ଧରି ଆୟୋଜନ ହୋଇଥିବା ନିଯୁକ୍ତି ମେଳାରେ ମାତ୍ର ୨୦ ଜଣଙ୍କୁ ନିଯୁକ୍ତି ମିଳିଥିବାରୁ ବିହାରସବାସୀ ଉଭୟ ଧର୍ମେନ୍ଦ୍ର ଏବଂ ମୋଦିଙ୍କୁ ସମାଲୋଚନା କରିଛନ୍ତି।
ଏହି ନିଯୁକ୍ତି ମେଳାରେ ୧୫ ହଜାର ଯୁବକ ପଞ୍ଜୀକରଣ କରିଥିବା ବେଳେ ୧୨୦ଟି କମ୍ପାନି ସାମିଲ୍ ହୋଇଥିଲେ। ରାଜମିସ୍ତ୍ରୀ, ଫାର୍ମାସିଷ୍ଟ, ପାଥୋଲୋଜି, ସ୍ପା, ସିକ୍ୟୁରିଟି ଇନ୍‍ଚାର୍ଜ, ଜେସିବି ଚାଳକ ଭଳି ସଂସ୍ଥା ଏହି ମେଳାରେ ଷ୍ଟଲ୍‍ ଖୋଲିଥିଲେ।
କ’ଣ କହିଲେ ଧର୍ମେନ୍ଦ୍ର
ନିଯୁକ୍ତି ମେଳାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, “ବିହାର ଯୁବକମାନେ ଜାପାନ ଯିବେ। କାରଣ ଜାପାନ ଲୋକମାନେ ବୁଢ଼ା ହୋଇଗଲେଣି। ସେମାନେ ଆଉ ପୂର୍ବ ଭଳି କାମ କରିପାରୁନାହାନ୍ତି। କୃଷି, ଅଟୋମୋବାଇଲ୍‍, ଟେକ୍ସଟାଇଲ୍‍ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରିବା ଭଳି ଦକ୍ଷ ଲୋକ ଜାପାନରେ ଆଉ ନାହାନ୍ତି। ବିହାର ଯୁବକମାନେ ଏହିସବୁ କାମ କରିବା ପାଇଁ ଜାପାନ ଯିବେ। ଏଣୁ ପ୍ରଥମେ ସେମାନଙ୍କୁ ଜାପାନ ଭାଷା ଶିଖିବାକୁ ପଡ଼ିବ। ଏଥିପାଇଁ ଆମେ ପାଟନା ଏବଂ ଛପରା ଜିଲ୍ଲା ସମେତ ଆଉ ୩ଟି ଜାଗାରେ ଜାପାନ ଭାଷା ଶିକ୍ଷା କେନ୍ଦ୍ର ଖୋଲିବୁ ।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ସ୍କିଲ୍‍‍ ଇଣ୍ଡିଆ’ଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ବୋଲି ଆଲୋଚନା ହେଉଛି। ଏହି ଯୋଜନା ବିହାରରେ ଦିଗହରା ହୋଇ ଯାଇଥିବା ଚର୍ଚ୍ଚା ହେଉଛି।

Comment