(ଓଡ଼ିଶାଲାଇଭ୍‌ ବ୍ୟୁରୋ)

– ସବୁ ଗୋରକ୍ଷକ ହିନ୍ଦୁ ଆତଙ୍କବାଦୀ, ଯେଉଁମାନେ ଦଳିତଙ୍କ ହାତ କାଟୁଛନ୍ତି ସେ ସମସ୍ତେ ଜଣେ ଜଣେ ହିନ୍ଦୁ ଆତଙ୍କବାଦୀ କହିଲା କଂଗ୍ରେସ।
-କଂଗ୍ରେସ ନେତା କମଲ ନାଥ କହିଲେ, ଶିବ ରାଜ ଚୌହାନ ସରକାରଙ୍କୁ ବ୍ୟାପମ୍‌ ମାମଲାରେ ସିବିଆଇ  କ୍ଲିନ ଚିଟ୍ ଦେଇ ଆରଏସ୍‌ଏସ୍‌ର ଶାଖା ପାଲଟି ଯାଇଛି।
– ‘ଇଜ୍ ଅଫ ଡୁଈଂ ବିଜନେସ୍‌ରେ’ ଭାରତ ୩୦ଟି ପାହାଚ ଅତିକ୍ରମ କରିବା ବିରଳ ଘଟଣା ବୋଲି କହିଛନ୍ତି ବିଶ୍ଵ ବ୍ୟାଙ୍କ ସିଇଓ।
-‘ହିନ୍ଦୁ ଆତଙ୍କବାଦୀ ବୋଲି ନିଶ୍ଚିତ କିଛି ଅଛି’ ଏହି ମନ୍ତବ୍ୟ  ଦେବା ପରେ ହିନ୍ଦୁ ମହାସଭା କହିଲା  କମଲ ହାସନଙ୍କୁ ଗୁଳି କରି ମାର।
– ବିରୋଧୀ ଦଳକୁ ମୋଦି: ମୁଁ ଏଭଳି ଜଣେ ପ୍ରଧାନମନ୍ତ୍ରୀ ଯିଏ ବିଶ୍ଵ ବ୍ୟାଙ୍କ କଣ କେବେ ଦେଖିନି,ଅନ୍ୟ ମାନେ ତ ତାହାକୁ ଚଳାଉଥିଲେ।
-ସ୍ଥଳସେନା ମୁଖ୍ୟ ବିପିନ ରାୱାତ କହିଲେ ସ୍ବର୍ଗତ ଫିଲ୍ଡ଼ ମାର୍ଶାଲ କେ ଏମ୍ କାରୀଆପ୍ପାଙ୍କୁ ‘ଭାରତ ରତ୍ନ’ ମିଳିବା ଦରକାର।
– ୨୦୨୨ ସୁଦ୍ଧା ଭାରତ ଦୁର୍ନୀତିମୁକ୍ତ, କ୍ଷୁଧାମୁକ୍ତ ହେବା ସହ ବିଶ୍ୱର ଟପ ୩ଟି ଅର୍ଥନୀତି ଭିତରେ ରହିବ ବୋଲି ଆକଳନ କରିଛି ନୀତି ଆୟୋଗ ।
-ରାହୁଲ ଗାନ୍ଧି କହିଲେ, ଆମେ କ୍ଷମତାକୁ ଆସିଲେ ବ୍ୟବସାୟୀଙ୍କ ସୁବିଧା ପାଇଁ ଜିଏସ୍‌ଟିର ଢାଞ୍ଚା ବଦଳାଇ ଦେବୁ।
-ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି,  ବାମପନ୍ଥୀ ଦଳମାନଙ୍କୁ ଓପାଡ଼ି ଫିଙ୍ଗି ଦେଇଥିବାରୁ ମମତାଙ୍କୁ ‘ବାଘ’ ଛଡ଼ା ଆଉ କିଛି କୁହାଯାଇ ପାରିବ ନାହିଁ।
– ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ବି ଆଗାମୀ ଦିନରେ ହିମାଚଳ ପ୍ରଦେଶରେ କଂଗ୍ରେସର ସତ୍ତା ମିଳିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

 

LEAVE A REPLY

Please enter your comment!
Please enter your name here