ଓଡ଼ିଶଲାଇଭ୍ ବ୍ୟୁରୋ

ଭୁବନେଶ୍ବରସ୍ଥିତ ଇନଷ୍ଟଚ୍ୟୁଟ ଅଫ୍ ଇଞ୍ଜିନିୟର୍ସ ପରିସରରେ ‘ଉପକୂଳ ଏବଂ ଅନ୍ତର୍ଦେଶୀୟ ପରିବହନରେ ପ୍ରାକୃତିକ ଗ୍ୟାସ’ ଶୀର୍ଷକ ସେମିନାର ଅନୁଷ୍ଠିତ ହୋଇଛି। ମେରାଇନ ଇଞ୍ଜିନିୟର ଡିଭିଜନର ଅଧ୍ୟକ୍ଷ ଅତନୁ ମୁଖର୍ଜୀ ଏହି ଦୁଇ ଦିନିଆ ସେମିନାରକୁ ଉଦଘାଟନ କରିଛନ୍ତି।

ଫୋରମ ଫର ରିଭର୍ ଆଣ୍ଡ୍ ଓସେନ୍ ସାଇଂଟିଷ୍ଟ ଆଣ୍ଡ ଟେକ୍ନୋଲୋଜି, ଡ଼ିଆରଡିଓ ଏବଂ ଓସେନ ସ୍ପାର୍କଲ ମିଳିତ ସହଯୋଗରେ ଏହି ସେମିନାର ଆୟୋଜନ କରାଯାଇଛି।

ଏହି ସମାରୋହରେ ଅତନୁ ମୁଖର୍ଜୀ କହିଛନ୍ତି, “ଶକ୍ତି ଉତ୍ପାଦନ, ଶକ୍ତି ବ୍ୟବହାର ଏବଂ ଜାହଜ ଚଳାଚଳରେ ପ୍ରାକୃତିକ ଗ୍ୟାସର ବ୍ୟବହାର ୟୁରୋପ, ଚାଇନାରେ ପ୍ରଚଳିତ ହୋଇଆସୁଛି। ଭାରତରେ ଏହାର ବ୍ୟବହାର ମଧ୍ୟ ଆଗାମୀ ଦିନରେ ବୃଦ୍ଧି ପାଇବ। ଏହାଦ୍ବାରା ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳରେ ପ୍ରାକୃତିକ ଗ୍ୟାସ ଗଚ୍ଛିତ ଏବଂ ବ୍ୟବହାର ହୋଇପାରିବ।”

ଭାରତ ଉପଖଣ୍ଡରେ ୫,୪୦୦ କିମିରୁ ଅଧିକ ଉପକୂଳ ଅଞ୍ଚଳ ରହିଛି। ପ୍ରାୟ ୨୧୦୦ କିମି ଅଞ୍ଚଳରେ ଜାହଜ ଚଳାଚଳ କରିବା ଭଳି ଜଳମାର୍ଗ ରହିଛି।

ଏହି ସେମିନାରରେ ପ୍ରଫେସର ଆର ପି ଗୋକର୍ଣ୍ଣ, ଏସ କେ ଷଡ଼ଙ୍ଗୀ, ଏ ଇ କିଶୋର, ଏ ଗାଙ୍ଗୁଲି, କ୍ୟାପ୍ଟେନ ଶୁଭେଦର, କ୍ୟାପଟେନ ବି ମହାପାତ୍ର, କ୍ୟାପଟେନ ଆଇ ଭି ସୋଲଙ୍କି ପ୍ରମୁଖ ଉପସ୍ଥିତ ଥିଲେ ।

 

 

Comment