ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ତୀବ୍ଦତୀୟ ଧର୍ମଗୁରୁ ଦଲାଇଲାମା। ସୋମବାର ଅପରାହ୍ନ ସାଢ଼େ ୧ଟାରେ ଦଲାଇଲାମା ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ। ଏହାପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଦଲାଇଲାମା ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଭିମୁଖେ ଯିବେ।
ଏହା ପୂର୍ବରୁ ଦଲାଇଲାମା ୨୦୧୦ରେ ଓଡ଼ିଶା ଗସ୍ତରେ ଆସିଥିଲେ। ଚନ୍ଦ୍ରଗିରି ଅଭିମୁଖେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାସହ ୨୦୧୩ରେ ଓଡ଼ିଶାରେ ହୋଇଥିବା ଫାଇଲିନ୍ ବାତ୍ୟାକୁ ନେଇ ଦୁଃଖ ପ୍ରକାଶ କରିଥିଲେ।














