ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଜିମ୍ବାୱେ ରାଷ୍ଟ୍ରପତି ରବର୍ଟ ମୁଗାବେଙ୍କ ସହ ନବୀନଙ୍କୁ ତୁଳନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଆଜି ଭେଟିଛନ୍ତି ତୀବ୍ଦତୀୟ ଧର୍ମଗୁରୁ ଦଲାଇଲାମା। ୨୦ ମିନିଟ୍ ଧରି ଦଲାଇଲାମା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଦଲାଇଲାମା ନବୀନ ନିବାସରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି।

ସୋମବାର ଅପରାହ୍ନ ୧ଟା୧୦ ମିନିଟରେ ଦଲାଇଲାମା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ଦଲାଇଲାମାଙ୍କୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ସ୍ବାଗତ କରାଯାଇଥିଲା। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦଲାଇଲାମାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

ବିମାନବନ୍ଦରରୁ ସିଧାସଳଖ ଦଲାଇଲାମା ନବୀନ ନିବାସ ଯାଇଥଲେ। ମଙ୍ଗଳବାର ଦଲାଇଲାମା କିସ୍‌ରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। କିସ୍‌ ପକ୍ଷରୁ ତୀବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କୁ ହ୍ୟୁମାନିଟାରିଆନ୍ ସମ୍ମାନରେ ସମ୍ମାନିତ କରାଯିବ। ଏହି ସମ୍ମାନ ପାଇବା ପରେ ଧର୍ମଗୁରୁ ଗଜପତି ଜିଲ୍ଲା ଚନ୍ଦୟଗିରିରୁ ଆସିଥିବା ତୀବ୍ଦତୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ। ବୁଧବାର ପୂର୍ବାହ୍ନ ୧୦ଟା ୨୦ରେ ଦଲାଇଲାମା ସ୍ବତନ୍ତ୍ର ବିମାନ ଯୋଗେ କୋଲକାତା ଯାତ୍ରା କରିବେ।

ଦଲାଇଲାମା କହିଛନ୍ତି, “ଭାରତ ଓ ଚୀନ ଏସିଆ ମହାଦେଶର ଦୁଇଟି ବଡ଼ ରାଷ୍ଟ୍ର। ଉଭୟ ରାଷ୍ଟ୍ର ଭିତରେ ଉତ୍ତମ ସମ୍ପର୍କ ଏବଂ ସହଯୋଗ ରହିବା ଦରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରବର୍ଟ ମୁଗାବେଙ୍କ ସହ ତୁଳନା କରିଥିଲେ। ନବୀନ ପଟ୍ଟନାୟକ ଓଡ଼ିଶାବାସୀ ପାଇଁ କାମ କରୁଥିବାରୁ ତାଙ୍କୁ ଲୋକେ ଭଲ ପାଉଛନ୍ତି।“

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ତୀବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଓଡ଼ିଶା ଆସିଥିବାରୁ ମୁଁ ବହୁତ ଖୁସି। ତାଙ୍କ ସହ ଏହା ହେଉଛି ମୋର ଦ୍ବିତୀୟ ସାକ୍ଷାତ।“

ଦଲାଇଲାମାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରରୁ ହୋଟେଲ ଟ୍ରାଇଡେଣ୍ଟ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comment