ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆକୁ ଅସ୍ତ୍ର କରି ୨୦୧୪ ନିର୍ବାଚନ ବୈତରଣୀ ପାର୍ ହୋଇଥିବା ବିଜେପି ପାଇଁ ଗୁଜୁରାଟ ନିର୍ବାଚନ କ୍ୟାମ୍ପେନ୍ ମହଙ୍ଗା ପଡ଼ିଛି। ବିଜେପି ଏଥର ସୋସିଆଲ ମିଡିଆ କ୍ୟାମ୍ପେନରେ କିଛି ନୂଆ ଶୈଳୀ ଆପଣାଇ ନଥିବାରୁ କ୍ୟାମ୍ପେନ୍ ଧିମେଇ ଯାଇଥିବା ଚର୍ଚ୍ଚା ହେଉଛି।
ଗୁଜୁରାଟରେ ଗଡ଼ ରକ୍ଷା ପାଇଁ ସଂଘର୍ଷ କରୁଛି ବିଜେପି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପ୍ରଚାର ମଙ୍ଗ ଧରିଥିଲେ ମଧ୍ୟ ଦଳକୁ ଆଶାଜନକ ଫଳ ମିଳିପାରୁ ନାହିଁ। ସବୁଠୁ ବଡ଼ କଥା ହେଉଛି ଏଥର ଗୁଜୁରାଟରେ ବିଜେପିର ସୋସିଆଲ ମିଡିଆ କ୍ୟାମ୍ପେନ୍ ଭୋଟରଙ୍କୁ ପ୍ରଭାବିତ କରିପାରୁ ନାହିଁ।
୨୦୧୨ ବିଧାନସଭା ଏବଂ ୨୦୧୪ ଲୋକସଭା ନିର୍ବାଚନ ବେଳେ ଗୁଜୁରାଟରେ ମୋଦି ମ୍ୟାଜିକ୍ ଚାଲିଥିଲା। ଆଉ ଏହା କେବଳ ସମ୍ଭବ ହୋଇଥିଲା ସୋସିଆଲ ମିଡିଆରେ ଜୋରଦାର କ୍ୟାମ୍ପେନ ପାଇଁ। ହେଲେ ଚଳିତ ବିଧାନସଭା ଭୋଟରେ ବିଜେପି ସୋସିଆଲ ମିଡିଆ କ୍ୟାମ୍ପେନ ଫିକା ପଡ଼ି ଯାଇଛି। ଯେଉଁ ମୋଦି ସୋସିଆଲ ମିଡିଆରେ ପ୍ରତିପକ୍ଷଙ୍କୁ ଦବେଇକି ରଖିଥିଲେ ସେହି ମୋଦିଙ୍କ ସୋସିଆଲ ମିଡିଆ କ୍ୟାମ୍ପେନ ଗୁଜୁରାଟ ଭୋଟରଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରୁନି।
ସୋସିଆଲ ମିଡିଆ କ୍ୟାମ୍ପେନରେ କିଛି ଖାସ୍ ନାହିଁ
ବିଜେପି ସୋସିଆଲ ମିଡିଆ ଟିମ୍ର ଜଣେ କର୍ମକର୍ତ୍ତାଙ୍କ କହିବା କଥା ହେଉଛି କି ଚଳିତ କ୍ୟାମ୍ପେନରେ କିଛି ନୂଆ ରଣନୀତି ଦଳ ଆପଣାଇ ନାହିଁ। କେବଳ ପୁରୁଣା ଫର୍ମୁଲାକୁ କପି ପେଷ୍ଟ କରାଯାଉଛି। ୨୦୧୪ ଲୋକସଭା ନିର୍ବାଚନ ବେଳେ ବିଜେପି ତରଫରୁ ସୋସିଆଲ ମିଡିଆରେ ୫୦୦ ଗ୍ରୁପ୍ କରାଯାଇଥିଲା। ଏହି ଗ୍ରୁପରେ ପ୍ରତିଦିନ ନୂଆ ନୂଆ ଚିନ୍ତାଧାରା ସେୟାର କରାଯାଉଥିଲା। ଏହାସହ କିଛି ମେସେଜ, କାର୍ଟୁନ୍ ଏବଂ ଭିଡିଓ ତିଆରି କରାଯାଇ ଗ୍ରୁପରେ ଅପ୍ଲୋଡ କରାଯାଉଥିଲା।
୫୦୦ ଗ୍ରୁପର ଆଡମିନ୍ମାନଙ୍କର ମଧ୍ୟ ଅଲଗା ଗ୍ରୁପ୍ କରାଯାଇଥିଲା। ସୋସିଆଲ ମିଡିଆରେ ଅଧିକରୁ ଅଧିକ ଲୋକଙ୍କ ସହ କିପରି ଯୋଡ଼ି ହେବେ ସେନେଇ ଆଲୋଚନା କରାଯାଉଥିଲା। କିନ୍ତୁ ଚଳିତବର୍ଷ ଏଭଳି କିଛି ପଦକ୍ଷେପ ନିଆଯାଇ ନାହିଁ। ଗତ ନିର୍ବାଚନବେଳେ ସୋସିଆଲ ମିଡିଆରେ ଭାରତ ରକ୍ଷା ମଞ୍ଚ, ନରେନ୍ଦ୍ର ମୋଦି ବିଚାର ମଞ୍ଚ, ବନ୍ଦେ ମାତରମ୍ ଗ୍ରୁପ୍ , ହିନ୍ଦୁ ସେନା, ନମୋ ସେନା ଭଳି ଗ୍ରୁପ୍ କରାଯାଇଥିଲା। ସ୍ବଦେଶୀ ଜାଗରଣ ମଞ୍ଚ, ବିଶ୍ବହିନ୍ଦୁ ପରିଷଦ ଏବଂ ସଂଘ ସହ ଜଡ଼ିତ ବହୁ ସଙ୍ଗଠନ ଏହି କ୍ୟାମ୍ପେନରେ ସକ୍ରିୟ ରହିଥିଲେ। ହେଲେ ବର୍ତ୍ତମାନ ସେସବୁକୁ ଗୁରୁତ୍ବ ଦିଆଯାଉ ନାହିଁ।
ଅନ୍ୟପକ୍ଷେ ଗୁଜୁରାଟ ଭୋଟ ପାଇଁ ରାଜସ୍ଥାନରୁ ଜଣେ ଯୁବ କର୍ମକର୍ତ୍ତା ଆସିଛନ୍ତି। ସେ ମୋଦି ଆପ୍ ଡାଉନଲୋଡ କରିବାର କାମ କରୁଛନ୍ତି। ତାଙ୍କ କହିବା କଥା ହେଲା କି, ଏହି ଆପ୍ ପ୍ରାୟ ୪ ଲକ୍ଷ ଲୋକ ଡାଉନଲୋଡ କରିଛନ୍ତି। ହେଲେ ଏହି ଆପ୍ କିଏ ଦେଖୂଛନ୍ତି କି ନାହିଁ ତାଙ୍କୁ ଜଣାନାହିଁ।
ଗୁଜୁରାଟ ଭୋଟକୁ ଦୃଷ୍ଟିରେ ରଖି ଗୁଜୁରାଟ ଗୌରବ ହ୍ବାଟସ୍ ଆପ୍ ଗ୍ରୁପ୍ କରାଯାଇଛି। ଏହି ଗ୍ରୁପ୍ ଜରିଆରେ ଦଳର କର୍ମକର୍ତ୍ତାକୁ ଯୋଡ଼ା ଯାଇଛି। ଏହାସହ ଆଉ କିଛି ଛୋଟ ଗ୍ରୁପ ମଧ୍ୟ କରାଯାଇଛି। କିନ୍ତୁ ଏସବୁ ଗ୍ରୁପର କିଛି ପ୍ରଭାବ ନାହିଁ। ସବୁଠୁ ବଡ଼ କଥା ହେଉଛି ବିଶ୍ବହିନ୍ଦୁ ପରିଷଦ ଏବଂ ପ୍ରବୀଣ ଭାଇ ତୋଗାଡିଆ ମୋଦିଙ୍କ ଉପରେ ନାରାଜ ଥିବାରୁ ଗୁଜୁରାଟ କ୍ୟାମ୍ପେନ୍ ଧିମା ହୋଇଯାଇଛି।








ସୋସିଆଲ ମିଡିଆକୁ ଅସ୍ତ୍ର କରି ୨୦୧୪ ନିର୍ବାଚନ ବୈତରଣୀ ପାର୍ ହୋଇଥିବା ବିଜେପି ପାଇଁ ଗୁଜୁରାଟ ନିର୍ବାଚନ କ୍ୟାମ୍ପେନ୍ ମହଙ୍ଗା ପଡ଼ିଛି। ବିଜେପି ଏଥର ସୋସିଆଲ ମିଡିଆ କ୍ୟାମ୍ପେନରେ କିଛି ନୂଆ ଶୈଳୀ ଆପଣାଇ ନଥିବାରୁ କ୍ୟାମ୍ପେନ୍ ଧିମେଇ ଯାଇଥିବା ଚର୍ଚ୍ଚା ହେଉଛି।









