ଓଡ଼ିଶାଲାଇଭ୍ ବ୍ୟୁରୋ

୧. ହାଇଦ୍ରାବାଦ ବିଶ୍ଵ ଉଦ୍ୟୋଗ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହିଳା ଶକ୍ତିକୁ ପ୍ରଶଂସା କଲେ।
୨. ଇଭାଙ୍କା ଟ୍ରମ୍ପ ମୋଦିଙ୍କୁ କହିଲେ ଚା ବିକି ପ୍ରଧାନମନ୍ତ୍ରୀ ହେବା ଭିତରେ ଆପଣ ପ୍ରମାଣିତ କରିଛନ୍ତି ପରିବର୍ତ୍ତନ କିଭଳି ସମ୍ଭବ।
୩. ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଲେ ସୁପ୍ରିମକୋର୍ଟର କଡ଼ା ମନ୍ତବ୍ୟ ସତ୍ତ୍ବେ ବିହାରରେ ପଦ୍ମାବତୀ ରିଲିଜ ହେବ ନାହିଁ।
୪. ହାଇଦ୍ରାବାଦ ମେଟ୍ରୋ ଉଦଘାଟିତ। ପ୍ରଧାନମନ୍ତ୍ରୀ ପ୍ରଥମ ଟ୍ରିପରେ ବସି ସହର ବୁଲିଲେ।
୫. କମେଡି ଶୋ’ର କପିଳ ଶର୍ମା କହିଛନ୍ତି ଯେ, ଫିଲ୍ମ କଳାକାରମାନଙ୍କୁ ଧମକ ଦେବା ଠିକ୍ ନୁହେଁ।
୬. ବିଶ୍ଵ ଉଦ୍ୟୋଗ ଶୀର୍ଷ ବୈଠକରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଲେ ‘ମୁଁ ତେଲେଙ୍ଗାନାର ଚିନ୍ନାମ୍ମ। ।’
୭. ଯେଉଁମାନେ ରାଜନୀତିରେ ବିଶ୍ୱାସ ହରାଇଛନ୍ତି ସେମାନେ ଏବେ ଗୁଜରାଟରେ ଡେରା ପକାଇଛନ୍ତି କହିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି।
୮. ମହାରାଷ୍ଟ୍ରର ଜଣେ କ୍ୟାବିନେଟ ମନ୍ତ୍ରୀ ଗୋଟିଏ ଚିତା ବାଘକୁ ମାରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି।
୯. ଯେଉଁ ବିମାନ ଯାତ୍ରୀ ସାଙ୍ଗରେ ଲାଇଟର ନେଇ ଯିବେ ସେମାନଙ୍କୁ ପୋଲିସ ହାତରେ ଦିଆଯିବ ବୋଲି ସିଆଇଏସଏଫ ପକ୍ଷରୁ କୁହାଯାଇଛି।
୧୦. ମିଛ ପ୍ରତିଶ୍ରୁତି ପ୍ରସଙ୍ଗରେ ବିତର୍କକୁ ନରେନ୍ଦ୍ର ମୋଦି ଡରୁଛନ୍ତି କହିଲେ କଂଗ୍ରେସ ନେତା ଆନନ୍ଦ ଶର୍ମା।

















