ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀ ସମସ୍ୟାକୁ ନେଇ ଦୁଇଦିନ ହେଲା ବିଧାନସଭାର ଶିତ ଅଧିବେଶନ ଅଚଳ ହୋଇଯାଇଥିଲା। ଚାଷୀଙ୍କ ପାଇଁ ବିରୋଧୀ ଏବଂ ଶାସକ ସଭ୍ୟ ହୋଇଥିଲେ ମୁହାଁମୁହିଁ। ହେଲେ ଦୁଇଦିନ ପରେ ସ୍ବାଭାବିକ ହୋଇଛି ସ୍ଥିତି। ଧାନର ଏମ୍‌ଏସ୍‌ପି ବୃଦ୍ଧି ଦାବିରେ ଶାସକ ବିଜେଡି ବିଧାନସଭାରେ ଆଣିଛି ମୋସନ୍‌। ଫଳରେ ଏହାକୁ ନେଇ ଅକଳିଆରେ ପଡ଼ିଛି ବିଜେପି।

ଶିତ ଅଧିବେଶନର ତୃତୀୟ ଦିନରେ ସ୍ବାଭାବିକ ହୋଇଛି ବିଧାନସଭା। ହେଲେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଛାଡ଼ି ଏମ୍‌ଏସ୍‌ପି ଉପରେ ଫୋକସ୍‌ କଲେ ଶାସକ ବିଜେଡି ଏବଂ ବିରୋଧୀ କଂଗ୍ରେସ। ଏହି ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଥିଲେ ଶାସକ ବିଜେଡି ଏବଂ କଂଗ୍ରେସ ସଭ୍ୟ। ଫଳରେ ବିଜେପି ହୋଇ ଯାଇଥିଲା ଏକୁଟିଆ।

ଗୁରୁବାର ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ପ୍ରଶ୍ନକାଳ। ହେଲେ ବିରୋଧୀ କଂଗ୍ରେସ ସଭ୍ୟ ନିଜ ନିଜ ଆସନରେ ଚୁପ୍ ହୋଇ ବସିଥିଲେ। ବିଜେପି ସଭ୍ୟ ନିଜ ଆସନରେ ଠିଆ ହୋଇ କୀଟନାଶକ ପ୍ରତୀକ ଦେଖାଇ ହୋ-ହଲ୍ଲା କରିଥିଲେ। ଫଳରେ ଗୃହ ହୋଇଥିଲା ମୁଲତବି।

ମୁଲତବି ପରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣୀ ଶସକ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଏମଏସପି ସମ୍ପର୍କୀତ ଗୃହ କମିଟି ରିପୋର୍ଟ ଉପସ୍ଥାପନ କରିଥିଲେ। ପରେ ପରାମର୍ଶଦାତା କମିଟି ବସି ଏମ୍‌ଏସ୍‌ପି ଆଲୋଚନାକୁ ସବୁଜ ସଙ୍କେତ ଦେଲେ। ଗୃହରେ ମାରାଥନ୍ ଆଲୋଚନା କରିବା ପରେ କେନ୍ଦ୍ରକୁ ନିଶାନା କରିଥିଲେ ଶାସକ ସଭ୍ୟ। ପ୍ରଧାନମନ୍ତ୍ରୀଙ୍କ ଉପରେ ମନଇଚ୍ଛା ବର୍ଷିଲେ। କହିଲେ ଗୃହ କମିଟିକୁ ସମୟ ଦେଉ ନାହାନ୍ତି ପ୍ରଧାନମନ୍ତ୍ରୀ। ଯଦି ଏଥର ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ ଶାସକ ସଭ୍ୟ ଆଲୋଚନା କରିବାକୁ ସମୟ ନଦେବେ ତାହାଲେ ଆମେ ରାଷ୍ଟ୍ରପତିଙ୍କୁ ଭେଟିବୁ।

ଏପଟେ କଂଗ୍ରେସ ସଭ୍ୟ ମଧ୍ୟ ଏମ୍‌ଏସ୍‌ପି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି।

 

Comment