ଓଡ଼ିଶାଲାଇଭ୍‌ ବ୍ୟୁରୋ

୧. ଗୁଜରାଟ ନିର୍ବାଚନ ପ୍ରଚାରରେ  ତୋଫାନ ମାରିଲା ଏଣ୍ଟ୍ରି,ଦଳୀୟ କର୍ମୀଙ୍କୁ ମୋଦି କହିଲେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କର।
୨. ରାମ ଜନ୍ମଭୂମି ବିବାଦରେ କପିଲ ଶିବବଲଙ୍କ ଉପରେ ବର୍ଷିଲେ ଅମିତ ଶାହା, ପଚାରିଲେ କଂଗ୍ରେସ କାହିଁକି ଶୁଣାଣିରେ ବିଳମ୍ବ ଚାହୁଁଛି।
୩. ପାକିସ୍ତାନରେ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ଲେଖିବା ପରେ ଜଣେ ଯୁବକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ।
୪. ଏକ ନୂଆ ସର୍ଭେ କହୁଛି ଗୁଜରାତରେ ବିଜେପି ଠାରୁ କ୍ଷମତା ଛଡ଼ାଇ ନେଇ ଯାଇପାରେ କଂଗ୍ରେସ। ଉଭୟ ଦଳ ଭିତରେ ଲଢ଼େଇ କଣ୍ଟାକଣ୍ଟି।
୫. ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ମୁଁ ଲଢ଼େଇ ଜାରି ରଖିବି: ଶରଦ ଯାଦବ।
୬. ଏହି ନିର୍ବାଚନ କଂଗ୍ରେସ ଓ ବିଜେପିର ନୁହେଁ ,ଗୁଜରାଟର ଜନତାଙ୍କ ଭବିଷ୍ୟତ ପାଇଁ ଲଢ଼େଇ କହିଲେ ରାହୁଲ ଗାନ୍ଧି।
୭. ରାମ ରହିମର ପାଳିତ ଝିଅ ହନିପ୍ରିତ୍ ପାଖରେ ମାମଲା ଲଢ଼ିବା ପାଇଁ ଅର୍ଥର ଅଭାବ,ଓକିଲ ଦେଇ ପାରୁନାହାନ୍ତି।
୮. ଅଡ଼ି, ମାରୁତି, ଟାଟା ମୋଟୋର୍ସ ପକ୍ଷରୁ ବିଭିନ୍ନ ମଡେଲ କାର ଉପରେ ବିପୁଳ ପରିମାଣର ବର୍ଷଶେଷ ଛାଡ଼।
୯. ଦିଲ୍ଲୀରେ ପୁଣି ଫେରିଲା ପ୍ରଦୂଷଣ,ବାୟୁ ମଣ୍ଡଳରେ ଅନୁମତି ସୀମା ଠାରୁ ଦଶ ଗୁଣ ଅଧିକ ପ୍ରଦୂଷଣକାରୀ ବିଷାକ୍ତ ଉପାଦାନ।
୧୦. ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର୍ ଫଲୋଅରଙ୍କ ସଂଖ୍ୟା ୫୨ ପ୍ରତିଶତ ବୃଦ୍ଧି, ବିରାଟ କୋହଲିଙ୍କ ଅନୁଗାମୀ ସଂଖ୍ୟାରେ ୬୧ ପ୍ରତିଶତ ଅଭିବୃଦ୍ଧି।

Comment