ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶକ୍ତିଶାଳୀ ବେଲଜିୟମକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ହକି ଟିମ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ହକି ୱାର୍ଲ୍ଡ ଲିଗ୍ର କ୍ୱାର୍ଟର ଫାଇନାଲରେ ରୋମାଞ୍ଚକର ବିଜୟ ହାସଲ କରିଛି।
କଳିଙ୍ଗ ଷ୍ଟାଡିୟମ୍ ଗ୍ରାଉଣ୍ଡରେ ବେଲଜିୟମକୁ ପେନାଲଟି ସୁଟ୍ ଆଉଟରେ ପରାସ୍ତ କରିଛି ଭାରତ। ମ୍ୟାଚ ୩-୩ରେ ବରାବର ରହିଥିଲା। ହେଲେ ପେନାଲଟି ସୁଟ୍ ଆଉଟରେ ବି ଫଳାଫଳ ନିର୍ଣ୍ଣୟ ହୋଇପାରି ନଥିଲା। ପରେ ସଡନ୍ ଡେଥ୍ରେ ବେଲଜିୟମକୁ ପରାଜିତ କରିଥିଲା ଭାରତ।
କ୍ୱାର୍ଟର ଫାଇନାଲ ମୁକାବିଲାରେ ଉଭୟ ଟିମ୍ ପରସ୍ପରକୁ କଡା ଟକ୍କର ଦେଇଥିଲେ। ମ୍ୟାଚର ପ୍ରଥମ ଦୁଇଟି କ୍ୱାର୍ଟର ଗୋଲ୍ ଗୋଲ୍ ଶୂନ୍ୟ ରହିବା ପରେ ତୃତୀୟ କ୍ୱାର୍ଟର ଆରମ୍ଭରୁ ପ୍ରତିପକ୍ଷକୁ ଚକମା ଦେଇ ଗୋଲ୍ ସ୍କୋର କରିଥିଲେ। ଗୁରୁଜନ୍ତ ସିଂହ ୪ ମିନିଟରେ ପେନାଲଟି ଗୋଲରେ ରୂପାନ୍ତରିତ କରି ଟିମ୍କୁ ଆଗେଇ ନେଇଥିଲେ। ପରେ ହରମନପ୍ରୀତ ସିଂ ୪ ମିନିଟ ପରେ ବେଲଜିୟମ୍ କର୍ଣ୍ଣର ପାଇ ପ୍ରଥମ ଗୋଲ୍ ସ୍କୋର କରିଥିଲେ। ଚତୁର୍ଥ କ୍ବାର୍ଟରରେ ବେଲଜିୟମ୍ର ଡ୍ରାଗ୍ ଫ୍ଲିକର ଲ୍ୟୁପାର୍ଟ ପୁଣି ଗୋଲ ଦେଇ ମ୍ୟାଚ ବରାବର କରିଥିଲେ। ୪୬ ମିନିଟରେ ରୂପିନ୍ଦର ପାଲ୍ ସିଂ ପୁଣି ଏକ ଗୋଲ ଦେଇ ଭାରତକୁ ୩-୨ରେ ଲିଡ ଦେଇଥିଲେ। ପରେ ବେଲଜିୟମ ପୁଣି ଗୋଲ କରି ସ୍କୋର ବରାବର କରିଥିଲା। ପରେ ସଡନ୍ ଡେଥ୍ରେ ବେଲଜିୟମକୁ ପରାଜିତ କରିଥିଲା ଭାରତ।
ଲିଗ୍ ପର୍ଯ୍ୟାୟରେ ଖେଳାଯାଇଥିବା ମ୍ୟାଚରେ ଭାରତ ଖରାପ ପ୍ରଦର୍ଶନ କରି ଆସୁଥିଲା। କୌଣସି ଗୋଟିଏ ବି ମ୍ୟାଚରେ ଭାରତ ଜିତି ପାରି ନଥିଲା। ଫଳରେ ଆଜିର ମ୍ୟାଚ ଭାରତ ପାଇଁ ଚାଲେଞ୍ଜପୂର୍ଣ୍ଣ ଥିଲା।