ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦଯାପିତ ହୋଇଛି। ପ୍ରତିଯୋଗିତାରେ ୨୫୫ ପଏଣ୍ଟ ସହ ପଶ୍ଚିମବଙ୍ଗ ଚାମ୍ପିୟନ୍ ହୋଇଥିବାବେଳେ ୨୧୯ ପଏଣ୍ଟ ସହ ଟିମ୍ ଓଡ଼ିଶା ରନର୍ସଅପ୍ ହୋଇଛି।

ବୁଧବାର ପ୍ରତିଯୋଗିତାର ଉଦଯାପନୀ ସମାରୋହରେ ହକି ପ୍ରମୋସନାଲ କାଉନସିଲ୍‌ ଅଫ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପଙ୍କର ମହାପାତ୍ର, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ ଏବଂ ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା ସଫଳ କ୍ରୀଡ଼ାବିତମାନଙ୍କୁ ପଦକ ପ୍ରଦାନ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

“ଇଷ୍ଟଜୋନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍ ଯୁବ କ୍ରୀଡ଼ାବିତମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ଉତ୍ତମ ପ୍ଲାଟଫର୍ମ ପ୍ରଦାନ କରିଛି। ଏହା ଖେଳାଳିମାନଙ୍କୁ କ୍ୟାରିୟରରେ ଆହୁରି ଭଲ ପ୍ରଦର୍ଶନ କରିବା ଲାଗି ପ୍ରେରଣା ଯୋଗାଇବ”, କହିଛନ୍ତି ଦୀପଙ୍କର ମହାପାତ୍ର।

ଆଗକୁ ଅନୁଷ୍ଠିତ ହେବାକୁ ଥିବା ନାସନାଲ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପରେ ଉତ୍ତମ ପ୍ରଦର୍ଶନ କରିବା ପାଇଁ ସେ ସମସ୍ତ କ୍ରୀଡାବିତମାନଙ୍କୁ ପ୍ରୋତ୍ସାହିତ କରିଥିଲେ।

ଆସନ୍ତା ୨୫ ଅକ୍ଟୋବରରୁ ୨୯ ଅକ୍ଟୋବର ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନାସନାଲ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଅନୁଷ୍ଠିତ ହେବ।

Tags: #EastZoneJuniorAthleticsChampionship #Athletics #Sports #KalingaStadium #Odisha

Comment