ଓଡ଼ିଶାଲାଇଭ୍‌ ବ୍ୟୁରୋ

୧. ଅତ୍ୟଧିକ ଚିକିତ୍ସା ଖର୍ଚ୍ଚ ଆଦାୟ କରିଥିବା ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲର ଲାଇସେନ୍ସ ରଦ୍ଦ କଲେ କେଜ୍ରିୱା ଲ ସରକାର, ରୋଗୀଙ୍କ ଭବିଷ୍ୟତ ଅନିଶ୍ଚିତ।

୨. ଗୁଜରାଟ ନିର୍ବାଚନର ଠିକ୍ ପୂର୍ବରୁ ଦଳକୁ ଝଟକା, ମୋଦିଙ୍କ ନୀତିକୁ ବିରୋଧ କରି ଦଳ ଓ ପଦରୁ ଇସ୍ତଫା ଦେଲେ  ସାଂସଦ ନାନା ପୋଟଲେ।

୩. ଏବେ କପିଳ ଶିବଲଙ୍କୁ ଟାର୍ଗେଟ,ମୋଦି କହିଲେ ୟାଙ୍କୁ ବି ଦଳରୁ କାହିଁକି ବାହାର କରାଯାଉନାହିଁ?

୪. ଆଇଆରସିଟିସି ସ୍କାମରେ ଲାଲୁ ପ୍ରସାଦ ଯାଦବଙ୍କୁ ଝଟକା,ଇଡ଼ି ଜବତ କଲା ତିନି ଏକର ଜମି।

୫. ଆମେରିକା ଓ ପାକିସ୍ତାନ ମଧ୍ୟରେ ବିଗିଡିଲା ସମ୍ପର୍କ,ଆମେରିକାର ଡ୍ରୋନକୁ ମାରି ଗଡେଇଦେବା ପାଇଁ ପାକିସ୍ତାନ ବାୟୁସେନା ମୁଖ୍ୟଙ୍କ ନିର୍ଦ୍ଦେଶ।

୬. ପଣ୍ଡିତ ଓ ପରିବାରର ଲୋକଙ୍କ ସହ ଇଟାଲି ଗଲେ ଅନୁସ୍କା, କୋହଲିଙ୍କ ସହିତ ବିବାହ କରି ହିଁ ଫେରିବେ।

୭. କଂଗ୍ରେସ ପକ୍ଷରୁ ହୁକୁମ ଜାରି, ମୁଖପାତ୍ରମାନଙ୍କୁ କୁହାଗଲା ମୋଦିଙ୍କ ଉପରେ କୌଣସି ଟିପ୍ପଣୀ କରନା।

୮.ପାକିସ୍ତାନ ଜେଲରେ ବନ୍ଦୀ ହୋଇ ରହିଥିବା କୂଳଭୂଷଣ ଯାଦବଙ୍କୁ ମିଳିଲା ଅନୁମତି, ୨୫ରେ ଭେଟିବେ ମା ଓ ଭଉଣୀଙ୍କୁ।

୯. ନିଠାରି ଘଟଣାରେ ଅଭିଯୁକ୍ତ ମନୀନ୍ଦ୍ର ପନ୍ଧାରେ ଓ ସୁରେନ୍ଦ୍ର କୋଲିକୁ ସିବିଆଇ ସ୍ୱତନ୍ତ୍ର କୋର୍ଟର ମୃତ୍ୟୁଦଣ୍ଡ ଆଦେଶ।

୧୦. ବାଙ୍ଗାଲୋରରେ  ସନୀ ଲିୟୋନିଙ୍କ ୩୧ ଡିସେମ୍ବର କାର୍ଯ୍ୟକ୍ରମକୁ ବିରୋଧ, ପ୍ରଦର୍ଶନକାରୀ କହିଲେ ଏହା ସଂସ୍କୃତି ଉପରେ ଆକ୍ରମଣ।

Comment