ଓଡ଼ିଶାଲାଇଭ୍‌ ବ୍ୟୁରୋ

୧.ମୋଦି ସରକାରଙ୍କ ଆଇଏଏସ ଅଫିସରଙ୍କୁ ନିର୍ଦ୍ଦେଶ: ସମ୍ପତ୍ତି ତାଲିକାର ବିବରଣୀ ଦିଅ ନହେଲେ ପ୍ରୋମୋସନ ବନ୍ଦ।

୨. ପାକିସ୍ତାନର କଳା କାରନାମା: ଭେଟିବା ପୂର୍ବରୁ କୁଳଭୂଷଣ ଯାଦବଙ୍କ ପତ୍ନୀଙ୍କ ମଙ୍ଗଳସୂତ୍ର ଓ ଜୋତା କାଢ଼ିବାକୁ କହିଲେ, ଆଉ ଫେରାଇଲେ ନାହିଁ।

୩. କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ କହିଲେ, ଧର୍ମନିରପେକ୍ଷ ଲୋକଙ୍କ କୌଣସି ପରିଚୟ ନାହିଁ, ‘ସେକ୍ୟୁଲାର’ ଶବ୍ଦ ସମ୍ବିଧାନରୁ ବାଦ୍ ପଡିପାରେ।

୪. ବିଜୟ ରୂପାଣୀ ଦ୍ବିତୀୟ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହାଙ୍କ ସମେତ ବହୁ ନେତା ଥିଲେ ଉପସ୍ଥିତ।

୫. ଆସନ୍ତାବର୍ଷ ଭାରତ ହେବ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି, ଫ୍ରାନ୍ସ ଓ ବ୍ରିଟେନ୍ ଭଳି ଦେଶ ବି ପଛରେ ପଡିବେ।

୬. ଲାଲୁ ପ୍ରସାଦଙ୍କ ପୁଅ ତେଜସ୍ଵୀ କହିଲେ, ଚାରା ଘୋଟାଲା ଭାଇଚାରାରେ ବଦଳି ଯାଇଥାନ୍ତା। ଯଦି ବାପା ବିଜେପିରେ ସାମିଲ ହୋଇଥାନ୍ତେ।

୭. ଟର୍ଚ୍ଚ ମାରି ୩୫ ଜଣ ରୋଗୀଙ୍କ ଚକ୍ଷୁ ଅସ୍ତ୍ରୋପଚାର କଲେ ଡାକ୍ତର, ଉତ୍ତର ପ୍ରଦେଶ ଯୋଗୀ ସରକାର ପକ୍ଷରୁ ଡାକ୍ତରଙ୍କ ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ।

୮. ପୂର୍ବ ଓ ଉତ୍ତର ଭାରତରେ ମ୍ୟାକ୍ ଡ଼ୋନାଲ୍ଡ଼ର ୫୦ ପ୍ରତିଶତ ଆଉଟଲେଟ ବନ୍ଦ, ଦିଲ୍ଲୀ ଏନସିଆର ମଧ୍ୟ ବାଦ୍ ପଡ଼ିଲା ନାହିଁ।

୯. ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଲେ, ଆସନ୍ତା ଉତ୍ତର ପ୍ରଦେଶ ଲୋକସଭା ଉପ-ନିର୍ବାଚନ ବାଲଟ ପେପରରେ ହେଉ।

୧୦. ପୂର୍ବତନ ବ୍ୟାଟ୍ସମ୍ୟାନ ସନ୍ଦୀପ ପାଟିଲ କହିଲେ, ବିରାଟ କୋହଲିଙ୍କ ଅପେକ୍ଷା ରୋହିତ ଶର୍ମା ଭଲ ବୋଲର। ଆଇ ସି ସି ରାଙ୍କିଙ୍ଗରେ କୋହଲି ତଳକୁ ଖସିଲେ।

Comment