ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଓସ୍ତର ହାଟ ଯଦୁପୁରଠାରେ କଳିଙ୍ଗ୍ ୟୁଥ୍ ଅର୍ଗାନାଇଜେସନ ପକ୍ଷରୁ ଆନ୍ତଃଜିଲ୍ଲା କଳିଙ୍ଗ୍ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୪ର୍ଥ କ୍ୱାର୍ଟର ମ୍ୟାଚ ବୁଧବାର ଶେଷ ହୋଇଛି। ରାଇଜିଙ୍ଗ୍ ଷ୍ଟୁଡେଣ୍ଟ ଦଳ ଏବଂ ଭୁବନେଶ୍ୱର ପାରାମାଉଣ୍ଟ୍ ସ୍ପୋଟିଂ ଦଳ ମଧ୍ୟରେ ମୁକାବିଲା ହୋଇଥିଲା। ଭୁବନେଶ୍ୱର ଦଳ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିଥିଲା। ସମସ୍ତ ୱିକେଟ୍ ହରାଇ ମୋଟ ୯୬ ରନ୍ ହାସଲ କରି ପାରିଥିଲା ଏହି ଦଳ। ଦ୍ୱିତୀୟ ଇନଂସି୍ରେ କଟକ ରାଇଜିଙ୍ଗ୍ ୨ ୱିକେଟ୍ ନିର୍ଦ୍ଧାରିତ ରନ୍ ହାସଲ କରି ବିଜୟୀ ହୋଇଥିଲା।
କଟକ ରାଇଜିଙ୍ଗର ପ୍ରତୀକ ଅନୁରାଗ ଦାସ ୬୯ ରନ୍ କରି ଟପ୍ ସ୍କୋରର ହୋଇଛନ୍ତି। ସେହିପରି ୪.୩ ବଲରେ ୩ ଓ୍ବିକେଟ୍ ନେଇ ଅଭିଜିତ୍ ଗାହାଣ ମ୍ୟାନଅଫ୍ ଦି ମ୍ୟାଚ ହୋଇଛନ୍ତି। ଗୁରୁବାର କଳିଙ୍ଗ୍ କପ୍ କ୍ରିକେଟର ସେମିଫାଇନାଲ୍ ହେବ। ପ୍ରଥମ ଦିନରେ ଆସନ୍ତା କାଲି ପ୍ରଗତି ସ୍ପୋଟିଂ ଭୁବନେଶ୍ୱର ଓ ୟୁ ଆଣ୍ଡ ମି ବାଲେଶ୍ୱର ମଧ୍ୟରେ ମୁକାବିଲା ହେବ।

















