ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଣା ଦିନର ସ୍ମୃତିକୁ ତାଜା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସିମ୍ଲାର ମଲ୍ ରୋଡସ୍ଥିତ ଇଣ୍ଡିଆନ୍ କଫି ହାଉସ୍ରେ ସାଧାରଣ ଲୋକଙ୍କ ସାଙ୍ଗରେ ବସି କଫି ପିଇ ମୋଦି ତାଙ୍କ ଅତୀତକୁ ମନେ ପକାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଧବାର ଅଲଗା ଷ୍ଟାଇଲ୍ରେ ଦେଖିବାକୁ ମିଳିଛି। ସିମ୍ଲାର ମଲ୍ ରୋଡରେ ସାଧାରଣ ଲୋକଙ୍କ ଗହଣରେ ମୋଦି କଫି ପିଉଥିବା ଫଟୋ କ୍ୟାମେରାରେ କଏଦ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ସିମ୍ଲାର ଜନସାଧାରଣ ସେଲ୍ଫି ନେବାକୁ ଭୁଲି ନାହାନ୍ତି। ଆଉ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସେଲ୍ଫି ନେବାକୁ ମନା କରି ନଥିଲେ।
ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଜୟରାମ ଠାକୁର ବୁଧବାର ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ମୋଦି ହେଲିପ୍ୟାଡ ଅଭିମୁଖେ ଫେରୁଥିବା ବେଳେ ମଲ୍ରୋଡସ୍ଥିତ ଇଣ୍ଡିଆନ୍ କଫି ହାଉସ୍ ନିକଟରେ ଅଟକି ଯାଇଥିଲେ। ଆଉ ଏଠାରେ କଫି ପିଇଥିଲେ।
ପ୍ରଧାନମନ୍ତ୍ରୀ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ରହିବା ପୂର୍ବରୁ ମୋଦି ଅନେକ ଥର ହିମାଚଳ ପ୍ରଦେଶ ଗସ୍ତରେ ଆସିଛନ୍ତି। ସେ ଯେତେବେଳେ ହିମାଚଳ ପ୍ରଦେଶ ଆସନ୍ତି ସେତେବେଳେ ସେ ଏଠାରେ କଫି ପିଅନ୍ତି। ଏହାସହ ଏହି କଫି ହାଉସ୍ରେ ବନ୍ଧୁମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିଥାନ୍ତି। ୧୯୯୪ରୁ ୨୦୦୨ ପର୍ଯ୍ୟନ୍ତ ମୋଦି ହିମାଚଳ ପ୍ରଦେଶ ବିଜେପି ସଙ୍ଗଠନର ଦାୟିତ୍ବରେ ରହିଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ମଧ୍ୟ ଏହି କଫି ହାଉସରେ କଫି ପିଇଛନ୍ତି।








ପୁରୁଣା ଦିନର ସ୍ମୃତିକୁ ତାଜା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସିମ୍ଲାର ମଲ୍ ରୋଡସ୍ଥିତ ଇଣ୍ଡିଆନ୍ କଫି ହାଉସ୍ରେ ସାଧାରଣ ଲୋକଙ୍କ ସାଙ୍ଗରେ ବସି କଫି ପିଇ ମୋଦି ତାଙ୍କ ଅତୀତକୁ ମନେ ପକାଇଛନ୍ତି।








