ଓଡ଼ିଶାଲାଇଭ୍ ବ୍ୟୁରୋ
୧. ହିମାଚଳପ୍ରଦେଶ:ଜୟରାମ ଠାକୁରଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ। ଏଠି ବି ଉପସ୍ଥିତ ଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।
୨. ଫେସବୁକ ଆକାଉଣ୍ଟ ଖୋଲୁଛନ୍ତି?ପାଖରେ ରଖନ୍ତୁ ଆଧାର ନମ୍ବର,ଟେଷ୍ଟିଂ ଆରମ୍ଭ।
୩. ଖାଇବା ପାଇଁ ବାଡ଼ିଆପିଟା: ଅମରାବତୀଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଭାଷଣ ମଝିରେ ଅଟକିଲା।
୪. ସାଉଦି ଆରବ ଓ ୟୁଏଇରେ କର ଛାଡ଼ ଉଠିଲା, ଏଣିକି ମହଙ୍ଗା ହେବ ଅତ୍ୟାବଶ୍ୟକ ସାମଗ୍ରୀ।
୫. ଚୀନ ବି ମାନିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ତାକତ, ଚୀନ ମିଡିଆ ୨୦୧୭ ବର୍ଷକୁ ‘ବ୍ରାଣ୍ଡ ମୋଦି’ ଘୋଷଣା କଲା।
୬. ରାଜ୍ୟସଭାରେ ଅରୁଣ ଜେଟଲିଙ୍କ ସଫେଇ, ପ୍ରଧାନମନ୍ତ୍ରୀ ମୋଦି ମନମୋହନ ସିଂହଙ୍କୁ ଅପମାନିତ କଲା ଭଳି କୌଣସି ମନ୍ତବ୍ୟ ଦେଇନଥିଲେ। ୭. ଅଷ୍ଟ୍ରେଲିଆର ଜଣେ ଇମାମ୍ କହିଲେ ମୁଁ ଯଦି ଭାରତ ଆସିବି କଟ୍ଟର ମୁଲ୍ଲା ବି ଛୁଟି ନେଇ ଘରକୁ ପଳେଇବେ।
୮. ଜିଏସ୍ଟି ଯୋଗୁ କେନ୍ଦ୍ର ସରକାରଙ୍କ ରାଜସ୍ୱ ଆଦାୟ କମିଲା, ସରକାର ୫୦ ହଜାର କୋଟି ଟଙ୍କା ଧାର କରିବେ।
୯. ପ୍ରିୟଙ୍କା ଚୋପ୍ରାଙ୍କ ଚାଞ୍ଚଲ୍ୟକର ବୟାନ:ପୁରୁଷ ବି ହେଉଛନ୍ତି କାଷ୍ଟିଂ କାଉଚ୍ର ଶିକାର।
୧୦. ସିରିଡ଼ି ସାଇ ବାବାଙ୍କ ମନ୍ଦିରରେ ଖ୍ରୀଷ୍ଟ ମାସ ଦିନ ମିଳିଲା ୫ କୋଟି ୩୦ ଲକ୍ଷ ଟଙ୍କାର ଦକ୍ଷିଣା।

















