ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ସାଧାରଣ ନିର୍ବାଚନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେଡି। ଲୋକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ବିଜେଡି କରୁଛି ଫୋକସ୍‌। ପ୍ରତିଷ୍ଠା ଦିବସରେ ଲୋକଙ୍କ ସେବା କରିବା ପାଇଁ ସଭାପତି ନବୀନ ପଟ୍ଟନାୟକ ପରାମର୍ଶ ଦେବାର ଦିନକ ପରେ ସୋସିଆଲ ମିଡିଆକୁ ଗୁରୁତ୍ୱ ଦେଇଛି ଦଳ। ଏଣିକି ସୋସିଆଲ ମିଡିଆ ଜରିଆରେ ବିଜେଡି ଲୋକଙ୍କ ନିକଟତର ହେବାକୁ ଚାହୁଁଛି।

ବିଜେପି ପରେ ଏବେ ସୋସିଆଲ ମିଡିଆକୁ ଗୁରୁତ୍ୱ ଦେଇଛି ବିଜେଡି। ଏଥିପାଇଁ ବିଧାୟକ, ଜିଲ୍ଲା ସଭାପତି ଓ ଦଳର ଛାମୁଆନେତାମାନଙ୍କୁ ତାଲିମ ଦିଆଯାଇଛି। ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ଗୁରତ୍ୱପୂର୍ଣ୍ଣ ସୂଚନା ଆଦାନପ୍ରଦାନ ପାଇଁ ଗଠନ ହୋଇଛି ହ୍ୱଟସ୍ଆପ୍ ଗ୍ରୁପ୍।

ବିଧାୟକ ଡକ୍ଟର ଅରୁଣ ସାହୁ କହିଛନ୍ତି, “ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କର୍ମୀ ଓ ସାଧାରଣଙ୍କୁ ଅବଗତ କରିବା ପାଇଁ ସୋସାଲ ମିଡିଆ ଏଣିକି ସହାୟକ ହେବ। ପ୍ରଥମେ ବିଧା଼ୟକ ଓ ବରିଷ୍ଠ ପଦାଧିକାରୀଙ୍କ ମଧ୍ୟରେ ହ୍ୱାଟସଆପ୍ ଗ୍ରୁପ୍ କାର୍ଯ୍ୟ କରିବ। ପରେ ବିଧାୟକମାନେ ନିଜ କର୍ମୀଙ୍କ ପାଇଁ ଗ୍ରୁପ୍ ଗଠନ କରି ପରିଚାଳନା କରିବେ।”

ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ସ୍ବତନ୍ତ୍ର ହ୍ୱାଟସ୍‌ଆପ୍‌ ଗ୍ରୁପ୍ କାର୍ଯ୍ୟକ୍ଷମ ହେବ ଏଥିରେ ରହିବେ ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ ଜିଲ୍ଲା ସଭାପତି। ସେହିପରି ବିଧାୟକଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଗ୍ରୁପରେ ରହିବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପଞ୍ଚାୟତ ଏବଂ ବ୍ଲକ ସ୍ତରୀୟ କର୍ମୀ। ଯୁବ, ଛାତ୍ର ଓ ମହିଳା ସଙ୍ଗଠନର ନେତୃତ୍ୱ ନେଉଥିବା ନେତାଙ୍କୁ ନେଇ ଗଠନ ହେବ ଗ୍ରୁପ୍।

ଏହି ଗ୍ରୁପ୍‌ ଜରିଆରେ ଲୋକଙ୍କୁ ଯୋଡ଼ା ଯିବ। ସରକାର ପ୍ରଣୟନ କରୁଥିବା ଯୋଜନା ସମ୍ପର୍କରେ ଅବଗତ କରାଯିବ।

LEAVE A REPLY

Please enter your comment!
Please enter your name here