ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ଓଡ଼ିଶାର ସର୍ବବୃହତ୍ତ ପ୍ରଦର୍ଶନୀ ଶିଶିର ସରସ। ପଞ୍ଚାୟତିରାଜ ବିଭାଗ ଅଧୀନସ୍ଥ ଓରମାସ୍ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଲୋକଙ୍କୁ ଗୋଟିଏ ସ୍ଥାନରେ ମନପସନ୍ଦର ବିଭିନ୍ନ ସାମଗ୍ରୀ ଯୋଗାଇ ଦେବାକୁ ଏକାଠି ହୋଇଛନ୍ତି ଓଡ଼ିଶା ସମେତ ୨୪ରାଜ୍ୟର ୬୩୫ କାରିଗର। ୨୯୩ଷ୍ଟଲରେ ବିକ୍ରି ହେଉଛି ସେମାନଙ୍କ ଉତ୍ପାଦ। ହସ୍ତଶିଳ୍ପ, ଘରସଜ୍ଜା ସାମଗ୍ରୀ, ପୋଷାକପତ୍ର, ସୌଖୀନ ସାମଗ୍ରୀ, ବେତ ଓ ବାଉଁଶର ବିଭିନ୍ନ ସାମଗ୍ରୀ, ପିତ୍ତଳ ସାମଗ୍ରୀ ଠାରୁ ପିଠାପଣା ପର୍ଯ୍ୟନ୍ତ ମିଳୁଛି ଗୋଟିଏ ସ୍ଥାନରେ। ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ୧୧କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଓରମାସ୍ ଆଶା କରିଛି। ମୁଖ୍ୟମନ୍ତ୍ରୀ ଏହି ମେଳାକୁ ଉଦ୍‌ଘାଟନ କରିବା ସମୟରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ଭୁବନେଶ୍ଵର ମେୟର ଅନନ୍ତ ନାରାୟଣ ଜେନା, ପଞ୍ଚାୟତିରାଜ୍  ବିଭାଗ ସଚିବ ଦେଓରଞ୍ଜନ କୁମାର ସିଂହ, ଓଡ଼ିଶା ଜୀବୀକା ମିଶନ ନିର୍ଦ୍ଦେଶକ  ପ୍ରଣବଜ୍ୟୋତି ନାଥ, ଓରମାସ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଏନ୍ ଦାସଙ୍କ ସମେତ ବହୁ ବରିଷ୍ଠ ଅଧକାରୀ ଉପସ୍ଥିତ ଥିଲେ। ଗ୍ରାମୀଣ କାରିଗର ଓ ଗ୍ରାହକମାନଙ୍କୁ ଯୋଡିବା ପାଇଁ ସ୍ଵତନ୍ତ୍ର ଭାବେ ବିକାଶ କରାଯାଇଥିବା ଆପ୍  ‘ଓରମାସ୍‌ ମୟୂରଶିଳ୍ପ’କୁ ଏ ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ।

LEAVE A REPLY

Please enter your comment!
Please enter your name here