ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରର ଜଗମୋହନରେ ନଡିଆ ଭାଙ୍ଗିଲେ ଏକହଜାର ଟଙ୍କା ଜରିମାନା ଦେବାକୁ ପଡିବ। ନଡ଼ିଆ ପାଣି ଲାଗି ଜଗମୋହନର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ନଡ଼ିଆ ପାଣି ଛିଟିକି ଏଣେ ତେଣେ ଦାଗ ରହୁଛି। ଚଟାଣ ଚିକ୍କଣ ହୋଇ ଭକ୍ତଙ୍କ ପାଦ ଖସିଯାଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଜଗମୋହନରେ ନଡ଼ିଆ ଭଙ୍ଗା ଉପରେ ଅଙ୍କୁଶ ଲଗାଇଛି।

ସେବାୟତମାନେ ଭକ୍ତଙ୍କ ନଡ଼ିଆ ଜଗମୋହନରେ ନଭାଙ୍ଗିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  କଟକଣା ଜାରି କରିଛନ୍ତି। ସେବାୟତମାନେ ଭକ୍ତଙ୍କଠାରୁ ନଡ଼ିଆ ନେଇ ଶ୍ରୀଜିଉଙ୍କ ନିକଟରେ ଭୋଗଲାଗି କରିବାର ପ୍ରତିଶ୍ରତି ଦେଇ ନେଇଥାନ୍ତି। କିନ୍ତୁ ସେମାନେ ଜଗମୋହନ କିମ୍ବା ଗର୍ଭଗୃହରେ ନଡ଼ିଆ ଭାଙ୍ଗି ଭକ୍ତମାନଙ୍କଠାରୁ ଅର୍ଥ ଦାବି କରିଥାନ୍ତି।

LEAVE A REPLY

Please enter your comment!
Please enter your name here