ଓଡ଼ିଶାଲାଇଭ୍‌ ବ୍ୟୁରୋ

ୱିକେଟ୍ ପଛରେ ଛିଡ଼ା ହୋଇ କମାଲ୍ ଦେଖାଇଛନ୍ତି ଟିମ୍‌ ଇଣ୍ଡିଆର ରିଦ୍ଦିମାନ୍ ଶାହା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ୧୦ଟି କ୍ୟାଚ ନେଇ ଧୋନି ଏବଂ ମଙ୍ଗିଆଙ୍କୁ ପଛରେ ପକାଇଛନ୍ତି ଶାହା।

ନୂଆ କୀର୍ତ୍ତିମାନ ରଚିଛନ୍ତି ଟିମ୍‌ ଇଣ୍ଡିଆର ୱିକେଟ୍‌ କିପରି ରିଦ୍ଦିମାନ୍ ଶାହା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଶାହା ୧୦ଟି କ୍ୟାଚ ନେଇ ରେକର୍ଡ ସୃଷ୍ଟି କରିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ସମେତ ଆଉ କିଛି ଆଗଧାଡ଼ିର ୱିକେଟ କିପରଙ୍କୁ ପଛରେ ପକାଇବାରେ ସମର୍ଥ ହୋଇଛନ୍ତି ଶାହା।

ଗୋଟିଏ ଟେଷ୍ଟ ସିରିଜ୍‌ରେ ୧୦ଟି କ୍ୟାଚ ନେବାରେ ଶାହା ହେଉଛନ୍ତି ବିଶ୍ୱର ତୃତୀୟ ଏବଂ ଭାତର ପ୍ରଥମ ୱିକେଟ କିପର୍। ଶାହାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଏଡମ ଗିଲଖ୍ରୀଷ୍ଟ ଏବଂ ଇଂଲଣ୍ଡର ବାବ୍ ଟେଲର ୧୦ଟି କ୍ୟାଚ ନେଇଥିଲେ।

ଗିଲଖ୍ରୀଷ୍ଟ ୨୦୦୦ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏବଂ ୧୯୮୦ରେ ବାବ୍‌ ଭାରତ ବିପକ୍ଷ ଟେଷ୍ଟରେ ଏହି ସଫଳତା ହାସଲ କରିଥିଲେ।

ସେହିପରି ଗୋଟିଏ ଟେଷ୍ଟ ସିରିଜ୍‌ରେ ସର୍ବାଧିକ କ୍ୟାଚ ନେଇଥିବା ତାଲିକାରେ ଜ୍ୟାକ୍‌ ରସେଲ୍‌ ଏବଂ ଏବି ଡିବିଲିୟର୍ସଙ୍କ ନାଁ ରହିଛି। ଉଭୟ ୧୧ଟି ଲେଖାଏଁ କ୍ୟାଚ ନେଇ ଆଗରେ ରହିଛନ୍ତି।

୧୦ଟି କ୍ୟାଚ ନେଇ ଶାହା ଧୋନି ଏବଂ ନୟନ ମଙ୍ଗିଆଙ୍କୁ ପଛରେ ପକାଇଛନ୍ତି। ଧୋନି ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୮ଟି ଓ୍ବିକେଟ ନେଇଥିବା ବେଳେ ମଙ୍ଗିଆ ୧୯୯୯ରେ ଦକ୍ଷିଣ ଆଫ୍ରିକାରେ ପାକିସ୍ତାନ ବିପକ୍ଷରେ ୮ଟି କ୍ୟାଚ ନେଇଥିଲେ।

ଗୋଟିଏ ଟେଷ୍ଟରେ ସର୍ବାଧିକ ୱିକେଟ୍‌ ନେଇଥିବା କିପର୍‌

– ଇଂଲଣ୍ଡର ଜ୍ୟାକ୍‌ ରସେଲ୍‌ ୧୯୯୫ରେ ଗୋଟିଏ ଟେଷ୍ଟ ମ୍ୟାଚରେ ୧୧ଟି କ୍ୟାଚ ନେଇଥିଲେ।

-୨୦୧୩ରେ ଦକ୍ଷିଣ ଆଫ୍ରିକାର ଏବି ଡିବିଲିୟର୍ସ ୧୧ଟି କ୍ୟାଚ ନେଇଥିଲେ।

-୧୯୮୦ରେ ଇଂଲଣ୍ଡର ବାବ୍ ଟେଲର ୧୦ଟି କ୍ୟାଚ ନେଇଥିଲେ।

-୨୦୦୦ରେ ଅଷ୍ଟ୍ରେଲିଆର ଏଡମ୍ ଗିଲଖ୍ରୀଷ୍ଟ ୧୦ଟି କ୍ୟାଚ ନେଇଥିଲେ।

-୨୦୧୮ରେ ଭାରତର ରିଦ୍ଦିମାନ୍ ଶାହା ୧୦ଟି କ୍ୟାଚ ନେଇଛନ୍ତି।

Comment