ଓଡ଼ିଶାଲାଇଭ୍ ବ୍ୟୁରୋ

୧.ମଧ୍ୟବିତ୍ତ ଶ୍ରେଣୀ ପାଇଁ ଆଶ୍ୱାସନା: ବଜେଟରେ ଆୟକର ସୀମାକୁ ବଢ଼ାଇ ପାରନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି,ଟିକସ ସ୍ଲାବ୍ ମଧ୍ୟ ବଦଳିପାରେ।
୨. ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ମନ୍ତବ୍ୟକୁ ନେଇ ଫିଡିକିଲା। ଚୀନକହିଲା ଡୋକ୍ଲମରେ ସୈନ୍ୟ ଠୁଳ ଜାରି ରହିବ।
୩. ଭନ୍ସାଲିଙ୍କ ବିବାଦୀୟ ଫିଲ୍ମ ‘ପଦ୍ମାବତୀ’ ପୁଣି ଚର୍ଚ୍ଚାରେ। ସେନ୍ସର ବୋର୍ଡ ମୁଖ୍ୟ ପ୍ରସୁନ୍ ଯୋଶୀ କହିଲେ ଚିତ୍ରରେ ୩୦୦ କଟ କରାଯାଇଥିବା ଖବର ଡାହା ମିଛ।
୪. ଦେଶରେ ଭୀଷଣ ବେରୋଜଗାରିକୁ ଦୃଷ୍ଟିରେ ରଖି ଆଗାମୀ ବଜେଟରେ ଯୁବକଙ୍କ ନିଯୁକ୍ତି ସୁଯୋଗ ନେଇ ମୋଦି ସରକାର କରିପାରନ୍ତି ବଡ଼ ଧରଣର ଘୋଷଣା।
୫. ଉତ୍ତର ପ୍ରଦେଶର ପୂର୍ବତନ ବାହୁବଳି ମନ୍ତ୍ରୀ ମୁକ୍ତାର୍ ଅନସାରୀ ଓ ତାଙ୍କ ପତ୍ନୀଙ୍କୁ ଲକ୍ଷ୍ନୌ ଅଣାଗଲା। ଦୁହେଁ ଏକା ଥରେ ହୃଦଘାତର ସମ୍ମୁଖିନ ହୋଇଥିଲେ।
୬. କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଲେ, କଂଗ୍ରେସ ସବୁବେଳେ ଘୃଣା ଓ ବିଭାଜନର ରାଜନୀତି କରି ଆସିଛି।
୭. ଆସନ୍ତା ୨୦୧୯ ନିର୍ବାଚନ ପାଇଁ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ସକାଶେ ବିଜେପି ପକ୍ଷରୁ ଆରମ୍ଭ ହେବ ‘ମିଲେନିୟମ୍ ଭୋଟର ଅଭିଯାନ।’
୮. ଡୋପ୍ ଟେଷ୍ଟରେ ୟୁସୁଫ୍ ପଠାନ୍ ଫେଲ: ୫ ମାସ ପାଇଁ ସସପେଣ୍ଡ, କାର୍ଯ୍ୟାନୁଷ୍ଠାନ ହେବ।
୯. ବିରାଟ କୋହଲି ଆଉଟ ହେବା ପରେ ମଧ୍ୟପ୍ରଦେଶ ରତଲାମ୍ ଜିଲ୍ଲାର ଜଣେ ଫ୍ୟାନ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଲେ।
୧୦. ସୁପ୍ରିମ କୋର୍ଟଙ୍କ ୟୁ- ଟର୍ଣ୍ଣ: କହିଲେ ସିନେମା ହଲରେ ଜାତୀୟ ସଂଗୀତ ପରିବେଷଣ ଜରୁରି ନୁହେଁ।


















