ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଗସ୍ତରେ ଆସିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ। ରାଷ୍ଟ୍ରପତି ଭବନରେ ତାଙ୍କୁ ସ୍ୱାଗତ କରାଯିବା ସହ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଏହାପରେ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ ନେତାନ୍ୟାହୁ। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା। ଏହି ଅବସରରେ ମୋଦିଙ୍କୁ ନେତାନ୍ୟାହୁ ପ୍ରଶଂସା କରିଥିଲେ।

ନେତାନ୍ୟାହୁ କହିଥିଲେ, “ଭାରତ-ଇସ୍ରାଏଲ ସମ୍ପର୍କ ଅତି ପୁରୁଣା। ଏହି ସମ୍ପର୍କରେ କିଛି ନୂଆ ହେବାକୁ ଯାଉଛି। ମୋଦି ଜଣେ କ୍ରାନ୍ତିକାରୀ ନେତା। ଭାରତକୁ ନେଇ ତାଙ୍କ ଲକ୍ଷ୍ୟ ସ୍ପଷ୍ଟ।”

ଆତଙ୍କବାଦ ବିଷୟରେ କହିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ। ଭାରତ ପରି ଇସ୍ରାଏଲ ମଧ୍ୟ ଆତଙ୍କବାଦୀଙ୍କ ଆତଙ୍କରେ ପୀଡ଼ିତ। ଆମେ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିଛୁ। ଆତଙ୍କବାଦ ପ୍ରସଙ୍ଗରେ ଭାରତ ପାଖରେ ଇସ୍ରାଏଲ ସବୁବେଳେ ଛିଡ଼ା ହେବ ବୋଲି ସେ କହିଥିଲେ। ଶନ୍ତି ପାଇଁ ଉଭୟ ଦେଶ ଲଢ଼େଇ ଜାରି ରଖିବା ଦରକାର।

ନରେନ୍ଦ୍ର ମୋଦି କହିଛନ୍ତି, “ନେତାନ୍ୟାହୁଙ୍କ ଭାରତ ଗସ୍ତ ଅତି ଗୁରୁତ୍ବପୂର୍ଣ୍ଣ। ତାଙ୍କ ଗସ୍ତରେ ଭାରତବାସୀ ବହୁତ ଖୁସି। ଅତୀତରେ ଉଭୟ ଦେଶ ମଧ୍ୟରେ ଯେଉଁ ସମ୍ପର୍କ ରହିଥିଲା, ସେହି ସମ୍ପର୍କ ପୁଣି ଆଗକୁ ଜାରି ରହିବ। ଏହାସହ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ।”

ଏଲହି ଅବସରରେ ଭାରତ ଓ ଇସ୍ରାଏଲ ମଧ୍ୟରେ ୯ଟି ଚୁକ୍ତି ସ୍ବାକ୍ଷରିତ ହୋଇଛି। ସାଇବର, ସୁରକ୍ଷା, କୃଷି, ଫିଲ୍ମ ନିର୍ମାଣ ଆଦି ପ୍ରସଙ୍ଗରେ ଚୁକ୍ତି ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here