ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଛତିଶଗଡ଼ର ସୁକୁମା ଜିଲ୍ଲା ପୋଲମପାଲି ଅଞ୍ଚଳରେ ପ୍ରଥମଥର କରି ମହିଳା କମାଣ୍ଡୋଙ୍କୁ ମୃତୟନ
  • ରାସ୍ତା ନିର୍ମାଣ କାମକୁ ସୁରକ୍ଷା ଯୋଗାଉଛନ୍ତି ମହିଳା

ମାଓପ୍ରବଣ ବିଜାପୁରରେ ମହିଳା କମାଣ୍ଡୋମାନେ ନିଜ ସୁରକ୍ଷାରେ ଗୋଟିଏ ସପ୍ତାହରେ ରାସ୍ତା ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି।

ଛତିଶଗଡ ଜଙ୍ଗଲରେ ମାଓ ବିରୋଧୀ ଅଭିଯାନରେ ଏବେ ଯବାନଙ୍କ ସହ ପାଦ ମିଳାଇଛନ୍ତି ମହିଳା କମାଣ୍ଡୋ। ନିକଟରେ ବିଜାପୁରରେ ମହିଳା କମାଣ୍ଡୋମାନେ ପ୍ରଶିକ୍ଷଣ ନେବା ସହ ଏଣିକି ମାଓ ଅଭିଯାନରେ ସାମିଲ ହୋଇଛନ୍ତି। ବଡ କଥା ହେଉଛି ମାଓପ୍ରବଣ ବିଜାପୁରରେ ମହିଳା କମାଣ୍ଡୋମାନେ ନିଜ ସୁରକ୍ଷାରେ ଗୋଟିଏ ସପ୍ତାହରେ ରାସ୍ତା ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି।

ଦେଶର ସବୁଠାରୁ ଅଧିକ ମାଓ ପ୍ରବଣ ଜିଲ୍ଲା ଭାବେ ପରିଚିତ ସୁକୁମା ଜିଲ୍ଲା ପୋଲମପାଲି ଅଞ୍ଚଳରେ ପ୍ରଥମଥର କରି ମହିଳା କମାଣ୍ଡୋଙ୍କୁ ମୃତୟନ କରିଛି ଛତିଶଗଡ଼ ପୁଲିସ୍। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ପ୍ରତିଦିନ ଏମାନେ ପୋଲମପାଲି ଅଞ୍ଚଳରେ କମ୍ବିଂ ଅପରେଶନ ସହ ରାସ୍ତା ନିର୍ମାଣ କାମକୁ ସୁରକ୍ଷା ଯୋଗାଉଛନ୍ତି। ଏଥିରେ ଅନେକ ମହିଳା ଆତମସମର୍ପିତ ମାସବାଦୀମାନେ ମଧ୍ୟ ସାମିଲ ଥିବା ଜଣାପଡିଛି।

ମାଓବାଦୀଙ୍କ ସହ ଲଢେଇ ଲାଗି ବିଶେଷ ତାଲିମ୍ ପରେ ଏମାନଙ୍କୁ ସୁକୁମା ଜିଲ୍ଲା ପୋଲମପାଲିରେ ମୃତୟନ କରାଯାଇଛି। ଅନେକ ସମୟରେ ଗାଁ ମହିଳାଙ୍କ ସହ ଅସଦାଚରଣ ଅଭିଯୋଗ ଆସୁଥିବାବେଳେ ମହିଳା କମାଣ୍ଡୋ ମୃତୟନ କଲେ ଏମିତି ଅଭିଯୋଗ ଆସିବନି ବୋଲି କହିଛନ୍ତି ସୁକୁମା ଏସପି ଅଭିଶେଖ ମିନା।

ଏହି ସଫଳତା ପରେ ଏବେ ବସ୍ତର ଜିଲ୍ଲାର କାଙ୍କେରଠାରେ ମଧ୍ୟ ମହିଳା କମାଣ୍ଡୋଙ୍କୁ ଗରିଲା ଯୁଦ୍ଧ ତାଲିମ୍ ଦିଆଯାଇଥିଲା। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚାଳନାରେ ମାହିର ଏହି ମହିଳା କମାଣ୍ଡୋଙ୍କ ସହ ସ୍ଥାନୀୟ ମହିଳାମାନେ ଭଲ ଭାବେ ମିଶୁଥିବାରୁ ମାଓବାଦୀଙ୍କ ବାବଦରେ ପୋଲିସକୁ ସବିଶେଷ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି।

Comment