ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଇ-ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଲେ ସରକାର
  • ଆରମ୍ଭ ହେବ ଇ-ହସ୍ପିଟାଲ୍ ମ୍ୟାନେଜମେଣ୍ଟ ଇନ୍‌ଫରମେସନ୍ ସିଷ୍ଟମ
  • କ୍ୟାପିଟାଲ-ଏସ୍‌ସିବି ମେଡିକାଲରେ ପ୍ରଥମେ ଲାଗୁ ହେବ ଏହି ବ୍ୟବସ୍ଥା“ସାମୁହିକ ପ୍ରଚେଷ୍ଟା, ସ୍ୱଚ୍ଛତା ଓ ପ୍ରଯୁକ୍ତି ଉପଯୋଗ କରି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସଫଳତା ଦିଗରେ ଅଗ୍ରସର ହେଉଛି। ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାରେ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ଇ-ହସ୍ପିଟାଲ ମ୍ୟାନେଜମେଣ୍ଟ ଇନ୍‌ଫରମେସନ୍‌ ସିଷ୍ଟମ୍‌ ପ୍ରଚଳନ ହୋଇଛି।

    ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ନୋଇଡାର ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଆଡଭାନ୍ସ କମ୍ପ୍ୟୁଟିଙ୍ଗ (ସିଡିଏସି)  ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।

    ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଏଣିକି ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇପାରିବ।

    କମ୍ପ୍ୟୁଟର ମାଧ୍ୟମରେ ରୋଗୀଙ୍କ ସ୍ୱାସ୍ଥ୍ୟସେବା ସମ୍ପର୍କିତ ତଥ୍ୟାବଳୀ ରେକର୍ଡ, ବିନା କାଗଜପତ୍ରରେ ସ୍ୱାସ୍ଥ୍ୟସେବା ପରିଚାଳନା, ଡାକ୍ତରଖାନାରେ ପ୍ରଦାନ କରାଯାଉଥିବା ସମସ୍ତ ସେବା ବିବରଣୀ ସଂରକ୍ଷଣ, ଡାକ୍ତରମାନଙ୍କର କାର୍ଯ୍ୟାବଳୀ ନିୟମିତ ଯାଞ୍ଚ କରାଯିବ।

    ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ପ୍ରାଥମିକ ପର୍ଯ୍ୟାୟରେ କ୍ୟାପିଟାଲ ଓ ଏସ୍‌ସିବି ମେଡିକାଲରେ ଇ-ହସ୍ପିଟାଲ ମ୍ୟାନେଜମେଣ୍ଟ ବ୍ୟବସ୍ଥା ପ୍ରଚଳନ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ବ୍ୟବସ୍ଥା ରାଜ୍ୟର ଅନ୍ୟ ହସ୍ପିଟାଲ ଓ ମେଡିକାଲ କଲେଜରେ ଲାଗୁ କରାଯିବ।”

    ଏହି ବ୍ୟବସ୍ଥା ପ୍ରଚଳନ ପାଇଁ ରାଜ୍ୟ ସରକାରରେ ୧୫କୋଟି ଟଙ୍କା ମଞ୍ଜୁର କରିଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

    ଚୁକ୍ତି ସ୍ୱାକ୍ଷର ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ୱାସ୍ଥ୍ୟ ବିଭାଗ ସଚିବ ଡକ୍ଟର ପ୍ରମୋଦ କୁମାର ମେହେର୍ଦ୍ଦା, ସ୍ୱତନ୍ତ୍ର ସଚିବ ଶାଳିନୀ ପଣ୍ଡିତ  ପ୍ରମୁଖ ଉପସ୍ଥିତ ଥିଲେ।

    ଇ-ସ୍ୱାସ୍ଥ୍ୟସେବାରେ ଇ-ନିରାମୟ, ଇ-ବ୍ଲଡ ବ୍ୟାଙ୍କ, ଇ-ଭିଆଇଏନ୍‌ ବ୍ୟବସ୍ଥାର ପ୍ରଚଳନ କରାଯାଇଛି।

Comment