ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ସାହାସିକତା, ଉଲ୍ଲେଖନୀୟ ଓ ପ୍ରଶଂସନୀୟ ସେବା ଲାଗି ଦେଶର ୭୯୫ ଜଣ ପୁଲିସ୍ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁଲିସ୍ ପଦକ ପ୍ରଦାନ କରାଯିବାକୁ ମନୋନୀତ କରାଯାଇଛି। ଏହି ଲିଷ୍ଟରେ ଓଡ଼ିଶାର ୧୦ ଜଣ ପୋଲିସ୍ ଅଧିକାରୀ ସାମିଲ ଅଛନ୍ତି।

ଓଡ଼ିଶାର ୧୦ ଜଣଙ୍କୁ ପୁଲିସ ପଦକ ମିଳିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସ ଅବସରରେ ଯୋଗ୍ୟ ବିବେଚିତ ପୁଲିସ କର୍ମଚାରୀମାନଙ୍କୁ ଏହି ପଦକ ମିଳିବ।

ଘୋଷଣା ଅନୁସାରେ ଉଲ୍ଲେଖନୀୟ ସେବା ପାଇଁ ଏଏସ୍‌ଆଇ ବି ଦୁର୍ଗାପ୍ରସାଦ ରାଓ, ଏଏସ୍‌ଆଇ ଏସ୍‌ କେ ଅନଓ୍ଵାର, ହାବିଲଦାର୍‌ ସୁଧାଂଶୁ ମୋହନ ଦେହୁରୀ, କନଷ୍ଟେବଲ ଶତ୍ରୁଘ୍ନ ବରାଳ, କନଷ୍ଟେବଲ ତେଦ୍ୟୁରାମ୍ପା ଶବର, କନଷ୍ଟେବଲ କୁମାର ହୁଇକା  କନଷ୍ଟେବଲ ନରେନ୍ଦ୍ର ପାଲ, ନି ନାଗେଶ୍ୱର ରାଓ ଓ ସଞ୍ଜୟ ରାୟଙ୍କୁ ପଦକ ମିଳିବ।

Comment