ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପ୍ରଦେଶ କଂଗେସ ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ପୁଣି ଦିଲ୍ଲୀ ଯାଇଛନ୍ତି ୪ଜଣିଆ କଂଗେସ୍ ଟିମ୍। ନିରଞ୍ଜନ ପଟ୍ଟାନୟଙ୍କ ନେତୃତ୍ଵରେ ୪ଜଣିଆ ଟିମରେ ସାମିଲ ହୋଇଛନ୍ତି ନବ ଦାସ, ଚିରଞ୍ଜୀବ ବିଶ୍ଵାଳ ଓ ପ୍ରଦୀପ ମାଝି।

ପ୍ରଥମେ କଂଗ୍ରେସର ବରିଷ୍ଠ ନେତା କମଳନାଥଙ୍କୁ ତାଙ୍କ ତୋଗଲୋଗ ସ୍ଥିତ ବାସଭବନରେ ବୈଠକ ସାରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମରେ ପିପିସି ସଭାପତି ପରିବର୍ତ୍ତନ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି। ଏହାସହ ବୈଠକରେ ରାଜ୍ୟ ସଂଗଠନ ବାବଦରେ କିଛି ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।

ଗତ ୬ମାସ ଧରି ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଚାଲିଛି। ବହୁ  ଆଲୋଚନା ଓ ପର୍ଯ୍ୟାେଲାଚନା ଚାଲିଥିବା ସତ୍ତ୍ଵେ କୌଣସି ଫଳ ବାହାରି ପାରୁନାହିଁ।

ବର୍ତ୍ତମାନ ସଭାପତି ଥିବା ପ୍ରସାଦ ହରିଚନ୍ଦନଙ୍କ ସହ କଂଗ୍ରେସର ଚାରି ଜଣ ବିଧାୟକ ଗତ ନଭେମ୍ବରରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ସହ ବିଧାୟକ ଜାକବ ପ୍ରଧାନ, ଭୁଜବଳ ମାଝି, କୃଷ୍ଣ ସଗରିଆ, କୈଳାଶ କୁଲେସିକା ଆଲୋଚନା କରିଥିଲେ। କିନ୍ତୁ କୌଣସି ସମାଧାନର ବାଟ ବାହାରି ନଥିଲା।

ସେହିପରି ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଦଳ ଏକାଠି ହୋଇ ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଦେଖା କରିଥିଲେ। ପିସିସି ସଭାପତିଙ୍କ ବିରୋଧରେ ସେମାନଙ୍କ ଅସନ୍ତୋଷ ଜଣାଇଥିଲେ।

୬ ମାସ ଧରି କଂଗ୍ରେସ ଦଳରେ ଲାଗିଥିବା ଗୋଷ୍ଠୀ କନ୍ଦଳ କାହାକୁ ଅଛପା ନାହିଁ। ଦଳର ଗୋଟିଏ ଗୋଷ୍ଠୀ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି ହେବା ପାଇଁ ଯୁକ୍ତି ବାଢୁଥିବା ବେଳେ ଆଉ ଗୋଷ୍ଠା ପ୍ରସାଦ ହରିଚନ୍ଦନଙ୍କ ସପକ୍ଷରେ ରହିଛନ୍ତି।

ଏହି ଦୁଇ ଗୋଷ୍ଠୀଙ୍କ ଅଲଗା-ଅଲଗା ଭାବେ କେନ୍ଦ୍ର କଂଗେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟୁଥିବାବେଳେ କୌଣସି ସମାଧାନର ବାଟ ଫିଟିପାରିନାହିଁ।

LEAVE A REPLY

Please enter your comment!
Please enter your name here