ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସର୍ଗର୍ମ୍ ହୋଇଯାଇଛି ରାଜ୍ୟ ରାଜନୀତି। ସୋମବାର ବିଜେପି ବିଜେପୁରର ୩ ବ୍ଲକରେ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେବା ପରେ ବିଜେଡି ତାର ରଣନୀତି ପ୍ରସ୍ତୁତ କରିଛି।
ବିଜେପୁର ଉପ-ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ବିଜେପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକରେ ବରିଷ୍ଠ ଓ ଯୁବ ନେତାମାନଙ୍କୁ ଦାୟିତ୍ୱ ଦେଇ ପ୍ରଚାର ମଇଦାନକୁ ସର୍ଗର୍ମ୍ କରିବା ପାଇଁ ଅଣ୍ଟା ଭିଡ଼ିଛି ବିଜେଡି।
ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ସୁଶାନ୍ତ ସିଂହ, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେପୁର ବ୍ଲକ ଦାୟିତ୍ବ ଦିଆଯାଇଥିବା ବେଳେ ବରପାଲ୍ଲି ବ୍ଲକରେ ସଞ୍ଜୟ ଦାସବର୍ମା ଏବଂ ଗାଇସିଲାଟ ବ୍ଲକ ଦାୟିତ୍ୱ ନିରଞ୍ଜନ ପୂଜାରୀଙ୍କୁ ଦିଆଯାଇଛି। ବିଧାୟକ ଅରୁଣ ସାହୁ ମଧ୍ୟ ବରପାଲ୍ଲି ବ୍ଲକ ଦାୟିତ୍ୱରେ ରହିବେ।
ସୋମବାର ବିଜେପି ବିଜେପୁର ପାଇଁ ରଣନୀତି ପ୍ରସ୍ତୁତ କରିଥିଲା। ଦଳର ୩ ବରିଷ୍ଠ ନେତାଙ୍କୁ ୩ଟି ବ୍ଲକର ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସଭାପତି ବସନ୍ତ ପଣ୍ଡା ବରପାଲ୍ଲି ବ୍ଲକର ଦାୟିତ୍ୱରେ ରହିଥିବା ବେଳେ କନକ ବର୍ଦ୍ଧନ ସିଂଦେଓ ଗାଇସିଲାଟ ଏବଂ ଜୟ ନାରାୟଣ ମିଶ୍ରଙ୍କୁ ବିଜେପୁର ବ୍ଲକ ଦାୟିତ୍ୱ ଦେଇଛି।
ବିଜେପୁରରେ ବିଜୟ ହାସଲ କରିବା ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ତାରିଖ ଘୋଷଣା ପୂର୍ବରୁ ବିଜେଡି ପ୍ରଥମେ ରିତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରି ବିରୋଧୀଙ୍କଚ ଚକମା ଦେଇଥିଲା।
ଏବେ ତାରିଖ ଘୋଷଣା ହେବା ପରେ ବିଜେଡି ବିରୋଧୀଙ୍କୁ ମାତ୍ ଦେବା ପାଇଁ ସଫଳତାର ସହ ଗୋଟିଏ ପରେ ଗୋଟିଏ ଗୋଟି ଚାଳନା କରୁଛି। ପ୍ରତି ପଞ୍ଚାୟତକୁ ଜଣେ ଲେଖାଏଁ ବିଧାୟକ ଜଗିବେ ବୋଲି ଜଣାପଡ଼ିଛି। ଆସନ୍ତା ସପ୍ତାହକ ମଧ୍ୟରେ ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିବ।
ଆଜିଠାରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଆଧାରରେ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ୬ ତାରିଖରେ ନାମାଙ୍କର ଶେଷ ତାରିଖ ଥିବା ବେଳେ ୭ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ୨୪ ତାରିଖରେ ଭୋଟଗ୍ରହଣ। ଫେବୃଆରୀ ୨୮ରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।








ବିଜେପୁର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସର୍ଗର୍ମ୍ ହୋଇଯାଇଛି ରାଜ୍ୟ ରାଜନୀତି। ସୋମବାର ବିଜେପି ବିଜେପୁରର ୩ ବ୍ଲକରେ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେବା ପରେ ବିଜେଡି ତାର ରଣନୀତି ପ୍ରସ୍ତୁତ କରିଛି।





