ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ କଂଗ୍ରେସ ବିଧାୟକ ଯୋଗେଶ୍ ସିଂହଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି ହାଇକୋର୍ଟ।
ଜାଲ୍ ଜାତି ପ୍ରମାଣପତ୍ର ଦେଇ ନିର୍ବାଚନ ଲଢିଥିଲେ ବୋଲି ଅଭିଯୋଗ ହୋଇଥିଲା ଯୋଗେଶଙ୍କ ନାଁ ରେ। ଏନେଇ ଦୁଇଟି ମାମଲା ଋଜ୍ଜୁ ହୋଇଥିଲା।
ପରାଜିତ ବିଜେପି ପ୍ରାର୍ଥୀ ସହଦେବ ଖାଖା ଓ ଅଜୟ ପଟେଲ୍ ନାମକ ଜଣେ ଭୋଟର ହାଇକୋର୍ଟରେ ଦୁଇଟି ମାମଲା ରୁଜ୍ଜୁ କରିଥିଲେ।
ଉଭୟଙ୍କ ମାମଲାର ଶୁଣାଣି କରି ପଦ ରଦ୍ଦ କରିଛନ୍ତି ହାଇକୋର୍ଟ। ୨୦୧୪ରେ ସୁନ୍ଦରଗଡ଼ ବିଧାନସଭା ଆସନରୁ ଯେଗୋଶ୍ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ଖାଖା ଅଭିଯୋଗ କରିଛନ୍ତି ଯେ, ଯୋଗେଶ୍ ସିଂହ ଜମିଦାରୀ ପରିବାରରୁ ଆସିଛନ୍ତି। କିନ୍ତୁ ୨୦୧୪ ନିର୍ବାଚନ ସତ୍ୟପାଠରେ ସେ ନିଜକୁ ଜଣେ ଆଦିବାସୀ ଭାବେ ଦର୍ଶାଇଛନ୍ତି।
ସୁପ୍ରିମକୋର୍ଟ ଯିବେ ଯୋଗେଶ
ହାଇକୋର୍ଟରେ ସଭ୍ୟ ପଦ ରବ୍ଦ ହେବା ପରେ ଯୋଗେଶ ସିଂହ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, “ଆମ ପୂର୍ବ ପରୁଷ ଆଦିବାସୀ ଥିଲେ। ମୁଁ ବି ଆଦିବାସୀ। ପ୍ରମାଣପତ୍ରରେ କିଛି ଜାଲିଆତି କରାଯାଇନି। ହାଇକୋର୍ଟଙ୍କ ଆଦେଶ ଦେଖିବା ପରେ ମୁଁ ନିଷ୍ପତ୍ତି ନେବି। ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟ ଯିବି।”