ଓଡ଼ିଶାଲାଇଭ୍‌ ବ୍ୟୁରୋ

କେପ୍‌ଟାଉନ୍‌ ଦିନିକିଆରେ ୧୨୪ ରନରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଛି ଟିମ୍ ଇଣ୍ଡିଆ। ୬ଟି ଦିନିକିଆରୁ ୩ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ଟିମ୍‌ ଇଣ୍ଡିଆ ସିରିଜରେ ୩-୦ରେ ଆଗୁଆ ରହିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ଟିମ୍ ଇଣ୍ଡିଆ। ୫୦ ଓଭରରେ ୬ ଓ୍ବିକେଟ ହରାଇ ୩୦୩ ରନ୍ କରିଥିଲେ ଭାରତୀୟ ଖେଳାଳି। ୩୦୪ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଖେଳାଳି ୪୦ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୭୯ ରନ୍ କରିବାକୁ ସମର୍ଥ ହୋଇଥିଲେ।

କୋହଲି ଦେଖାଇଲେ କମାଲ୍

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କେପଟାଉନ ଦିନିକିଆରେ କମାଲ୍ ଦେଖାଇଛନ୍ତି। ଦିନିକିଆରେ ୩୪ତମ ହାସଲ କରିବା ସହ ଭଲ ଖେଳ ପ୍ରଦର୍ଶନ କରିଛନ୍ତି। ୧୫୯ ବଲରେ ସେ ୧୬୦ ରନ୍ କରି ରେକର୍ଡ କରିଛନ୍ତି। ୪ ଚୌକା ଏବଂ ୨ଟି ଛକା ବଳରେ ସେ ଟିମ୍‌ ଇଣ୍ଡିଆର ସ୍କୋରକୁ ଆଗେଇ ନେଇଥିଲେ।

କୋହଲି ୨୦୧୨ରେ ପାକିସ୍ତାନ ବିପକ୍ଷରେ ୧୮୩ ରନ୍ କରିଥିବା ବେଳେ  ଶିଖୀ ଧାବନ ୭୬ ରନ୍ କରିଥିଲେ। ଫଳରେ ଭାରତ ୩୦୩ ରନ୍ କରିପାରିଥିଲା।

Comment