ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ଅକ୍ଷରଧାମ ମନ୍ଦିର ଶୈଳୀରେ ଆବୁଧାବିରେ ନିର୍ମାଣ ହେବ ଭବ୍ୟ ହିନ୍ଦୁ ମନ୍ଦିର। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ଶିଳାନ୍ୟାସ।
ୟୁଏଇ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେମୋଦି ରବିବାର ଆବୁଧାବିରେ ପ୍ରଥମ ହିନ୍ଦୁ ନିର୍ମାଣ ପାଇଁ ଭୂମିପୂଜା କରିଛନ୍ତି। ଦୁବାଇ ଅପେରା ହାଉସରୁ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ମନ୍ଦିରର ଶିଳାନ୍ୟାସ କରିଛନ୍ତି।
ଦିଲ୍ଲୀର ଅକ୍ଷରଧାମ ମନ୍ଦିର ଶୈଳୀରେ ଏହାକୁ ନିର୍ମାଣ କରାଯିବ। ୨୦୨୦ ସୁଦ୍ଧା ଏହି ମନ୍ଦିରର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରହିଛି। ଦୁବାଇରେ ହିନ୍ଦୁ ମନ୍ଦିର ରହିଥିଲା। ହେଲେ ଆବୁଧାବୁରେ କୌଣସି ହିନ୍ଦୁ ମନ୍ଦିର ନଥିଲା।
ଆବୁଧାବୁରେ ବହୁତ ଭାରତୀୟ ବଂଶୋଭବ ରହୁଛନ୍ତି। ସେମାନଙ୍କ ସୁବିଧା ଲାଗି ଏହି ଯୋଜନା କରାଯାଇଛି। ଏହି ମନ୍ଦିର ନିର୍ମାଣ ପାଇଁ ୧୨୫ କୋଟି ଭାରତୀୟଙ୍କ ତରଫରୁ ଆବୁଧାବିର ମହମ୍ମଦ ବୀନ ଜାୟଦ ଅଲ୍ ନାହୟାନର କ୍ରାଉନ୍ ପ୍ରିନ୍ସଙ୍କୁ ମୋଦି ଧନ୍ୟବାଦ ଦେଇଛନ୍ତି।
ନରେନ୍ଦ୍ର ମୋଦି କହିଛନ୍ତି, “ଏହି ମନ୍ଦିର କେବଳ ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ସହାୟକ ହେବ ନାହିଁ। ଏହି ମନ୍ଦିର ଆବୁଧାବିରେ ନିର୍ମାଣ ହେଲେ ଏହା ‘ବସୁଧୈବ କୁଟୁମ୍ବକମ୍’ର ବାର୍ତ୍ତା ପ୍ରଦାନ କରିବ।”
ମୋଦି ଦୁବାଇରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। ନୋଟବନ୍ଦୀଠାରୁ ଆରମ୍ଭ କରି ଭାରତର ବିକାଶ ପଥରେ ଅଗ୍ରସର ହେଉଥିବା କହିଛନ୍ତି।








ଦିଲ୍ଲୀର ଅକ୍ଷରଧାମ ମନ୍ଦିର ଶୈଳୀରେ ଆବୁଧାବିରେ ନିର୍ମାଣ ହେବ ଭବ୍ୟ ହିନ୍ଦୁ ମନ୍ଦିର। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ଶିଳାନ୍ୟାସ।









