ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି। ବିଜେପୁରବାସୀ ବିଜେପିକୁ ଭୋଟ ଦେବେ ବୋଲି ଧର୍ମେନ୍ଦ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପୁରର ଗୁଦେରପାଲିରେ ରୋଡ ସୋ କରି ଧର୍ମେନ୍ଦ୍ର ଅଶୋକ ପାଣିଗ୍ରାହୀଙ୍କ ପାଇଁ ଭୋଟ ମାଗିଛନ୍ତି। ଏହାସହ ବିଜେଡିର ୧୮ ବର୍ଷର ଶାସନକୁ ସମାଲୋଚନା କରିଛନ୍ତି।
ଏହାସହ ଜନସଭାରେ ଲୋକଙ୍କୁ ଉଦବୋଦନ ଦେଇ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରିଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି. “ରାଜ୍ୟ ସରକାର ୧୮ ବର୍ଷ ହେଲା ବିଜେପୁରବାସୀଙ୍କୁ ଠକି ଆସିଛନ୍ତି। ୧୮ ବର୍ଷ ପରେ ବି ବିଜେପୁରବାସୀ ମୌଳି ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି। ବିଜେପୁର ମରୁଡ଼ି ପ୍ରବଣ ଅଞ୍ଚଳ ହୋଇଥିଲେ ବି ସରକାର ବିଶେଷ ଦୃଷ୍ଟି ଦେଇ ନାହାନ୍ତି। ବିଜେପୁରର ବିକାଶ ହେବ ବିଜେପି ପାଇଁ ମୁଖ୍ୟ ପ୍ରସଙ୍ଗ। ବିଜେପୁରର ବିଜେପି ଜିତିବ।”
ଧର୍ମେନ୍ଦ୍ରଙ୍କ ପ୍ରଚାରରେ ବିଜେପିର ବହୁ ରାଜ୍ୟସ୍ତରୀୟ ନେତା ସାମିଲ ହୋଇଥିଲେ। ଧର୍ମେ
ବିଜେଡି ପ୍ରାର୍ଥୀ ରିତା ସାହୁ ବି ଘଣ ଘର ବୁଲି ମାଗୁଛନ୍ତି। ରବିବାର ରିତା ସାହୁ ଙ୍କ ପ୍ରଚାରରେ ବିଜେପୁର ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ଡକ୍ଟର ଅରୁଣ ସାହୁ, ମନ୍ତ୍ରୀ ସୁଶାନ୍ତ ସିଂ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ସାମିଲ ହୋଇଥିଲେ।
“ଧର୍ମେନ୍ଦ୍ରଙ୍କ ରୋଡ ସୋ ଏବଂ ପ୍ରଚାରର କୌଣସି ପ୍ରଭାବ ପଡ଼ିବ ନାହିଁ ବିଜେପୁରରେ। ବିଜେପୁରବାସୀ ଜାଣିଛନ୍ତି କିଏ କ’ଣ? ବିଜେଡି ବିଜେପୁରବାସୀଙ୍କ ସହ ସବୁବେଳେ ରହିଛି। ଏଠାରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିନ୍ତ”, କହିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ।
କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଚାଷୀ ପ୍ରସଙ୍ଗକୁ ଧରି ପ୍ରଚାର ଆରମ୍ଭ କରିଛନ୍ତି। ସମର୍ଥକଙ୍କୁ ସାଙ୍ଗରେ ଧରି ପ୍ରଣୟ ଗାଁ ଗାଁ ବୁଲୁଛନ୍ତି। କଂଗ୍ରେସକୁ ଭୋଟ ଦେବାକୁ କହୁଛନ୍ତି।
ଆସନ୍ତା ୧୯ ଓ ୨୧ ତାରିଖରେ ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।