ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ପ୍ରାର୍ଥୀଙ୍କୁ ସୁହାଇଲା ଭଳି ଖବର ପ୍ରସାରଣ କରୁଛି ଓଟିଭି। ମୈଦାନ୍‌ରେ ବହୁତ୍‌ ପ୍ରାର୍ଥୀ ଅଛନ୍ତି, କେବଳ ବିଜେପି ପ୍ରାର୍ଥୀଙ୍କ ପାଇଁ ଖବର ପ୍ରସାରଣ କରୁଛି ଓଟିଭି ବୋଲି ଅଭିଯୋଗ ଆଣିଛି ବିଜେଡି।

ଓଟିଭି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ବିଜେପି ସମର୍ଥିତ ଖବର ପ୍ରସାରଣ କରୁଛି ଓଟିଭି। ଏକ ପ୍ରେସ୍ ବିଜ୍ଞପ୍ତିରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ମୁଖପାତ୍ର ପ୍ରତାପ ଦେବ ଓଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।

ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ”ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହା ପରେ ସାଂସଦ ଶ୍ରୀ ପଣ୍ଡା ଓ ତାଙ୍କ ପତ୍ନୀ ଜାଗୀ ମଙ୍ଗତ ପଣ୍ଡାଙ୍କ ମାଲିକାନାରେ ଥିବା ଓଟିଭି ପକ୍ଷରୁ ବିଜେପୁର ଉପନିର୍ବାଚନ ନେଇ କେତେକ ସମ୍ବାଦ ପରିବେଷଣ କରାଯାଉଛି।

ଯେଉଁଥିରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ସପକ୍ଷରେ ସମ୍ବାଦ ପରିବେଷଣ କରାଯାଉଛି। ତେଣୁ ଏ ନେଇ ନିର୍ବାଚନ ଅଧିକାରୀ ତଦନ୍ତ କରିବା ସହିତ ଓଟିଭି ରେ ପ୍ରସାରିତ ବିଜେପୁର ସମ୍ପର୍କତ ସମସ୍ତ ସମ୍ବାଦକୁ ‘ପେଡ୍‌ ନ୍ୟୁଜ’ ଭାବେ ଦର୍ଶାଇ ବିଜେପି ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ବୋଲି ଦେଖାଇବାକୁ ଏକ ପିଟିସନ୍‌ ଦାଖଲ କରିଛନ୍ତି।”

ଏଭଳି ଅଭିଯୋଗ ଆସିବା ପରେ ଓଟିଭି ନିଜ ସ୍ପଷ୍ଟୀକରଣ ରଖିଛି। ଓଟିଭି କଦାପି ପେଡ୍‌ ନ୍ୟୁଜ୍ ପରିବେଷଣ କରେ ନାହିଁ ବୋଲି କହିଛନ୍ତି ଏହାର ଚ୍ୟାନେଲ୍‌ କର୍ତ୍ତୃପକ୍ଷ।

LEAVE A REPLY

Please enter your comment!
Please enter your name here