ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵକପ୍ ହକି ପାଇଁ ତତ୍ପର ହୋଇଉଠିଛି ଆୟୋଜକ ଓଡ଼ିଶା। ଏଥପୂର୍ବରୁ ଦିଲ୍ଲୀରେ ଆୟୋଜନ ହୋଇଛି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ।
ଚଳିତବର୍ଷ ଓଡ଼ିଶାରେ ଆୟୋଜନ ହେଉଛି ବିଶ୍ଵକପ୍ ହକିର ୧୪ତମ ସଂସ୍କରଣ । ଏଥିପାଇଁ ରାଜଧାନୀ ଦିଲ୍ଲୀରେ ବସିଛି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି କାର୍ଯ୍ୟକ୍ରମରେ ବିଶ୍ଵକପ୍ରେ ଭାଗ ନେଉଥବା ଭାରତୀୟ ଖେଳାଳିଙ୍କ ଜର୍ସି ଉନ୍ମୋଚନ ହୋଇଯାଇଛି। ଓଡ଼ିଶା ଲୋଗୋ ଥିବା ଏହି ଜର୍ସିରେ ନଜର ଆସିଛନ୍ତି ଭାରତୀୟ ଖେଳାଳି।
ଓଡିଶା ସରକାର ଓ ହକି ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ତର୍ଜାତୀୟ ହକି ଫେଡେରେଶନ୍ର ସଭାପତି ନରିନ୍ଦର ବାତ୍ରା କହିଛନ୍ତି,”ଓଡ଼ିଶା ସରକାର ଏହି ବିଶ୍ଵସ୍ତରୀୟ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିବ ବୋଲଇ ମୁଁ ଆଶାବାଦୀ”
ଓଡିଶା ଝିଅ ତଥା ସୁନାମ ଧନ୍ୟ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ଦ୍ଵାରା ସଙ୍ଗୀତ ପରିବେଷଣରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବହୁ ବିଧାୟକ ଏବଂ ସାଂସଦଙ୍କୁ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ପୂର୍ବତନ ଅଲମ୍ପିୟାନ୍ ଦିଲ୍ଲୀପ ତିର୍କୀ, ଧନରାଜ ପିଲ୍ଲେ, ବିରେନ ରସ୍କାନାଙ୍କ ଭଳି ବହୁ ହକି ତାରକା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
ଆସନ୍ତା ୨୮ ନଭେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ୍ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।