ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋନା ମହାପାତ୍ର ପିନ୍ଧିଥିବା ଡ୍ରେସ୍‌କୁ ନେଇ ସୋସିଆଲ୍‌ ମିଡିଆରେ ଏବେ ଉଠିଛି ଝଡ଼। ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଫଟୋ ଥିବା ଡ୍ରେସ୍‌ ପିନ୍ଧି ବିବାଦ ଘେରକୁ ଟାଣି ହୋଇଛନ୍ତି ସୋନା।

ଓଡ଼ିଶାରେ ବିଶ୍ଵକପ୍‌ ହକି ଆୟୋଜନ ହେବା ପୂର୍ବରୁ ଗୁରୁବାରଦିନ ଦିଲ୍ଲୀରେ ଆୟୋଜିତ ହେଉଥିଲା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ।

ରଙ୍ଗାରଙ୍ଗ ଉତ୍ସବର ପ୍ରାରମ୍ଭରେ ଓଡ଼ିଶାର ରକ୍‌ ଷ୍ଟାର୍‌ ସୋନା ମହାପାତ୍ର ‘ଆହେ ନୀଳ ଶୈଳ, ପ୍ରବଳ ମତ୍ତ ବାରଣ…’ ଭଜନରୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହାପରେ ନିଜର ଚିରାଚରିତ ଢଙ୍ଗରେ ‘ରଙ୍ଗବତୀ’ ପରେ ଓ ଅନ୍ୟ ଏକ ସମ୍ବଲପୁରୀ ଗୀତ ‘ରସକେଲି’ ଗୀତ ଗାଇ ସୋନା ଦିଲ୍ଲୀକୁ ଦୁଲୁକାଇ ଦେଇଥିଲେ।

ଗୀତ ପରିବେଷଣ କରୁଥିବା ସମୟରେ ସୋନା ମହାପାତ୍ର ପିନ୍ଧିଥିବା ଡ୍ରେସ୍‌କୁ ନେଇ ଏବେ ଉଠିଛି ଝଡ଼। ତିନିଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଫଟୋ ଥିବା ଡ୍ରେସ୍‌ ପିନ୍ଧି ବିବାଦ ଘେରକୁ ଟାଣି ହୋଇଛନ୍ତି ସୋନା। ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ସୋସିଆଲ୍ ମିଡ଼ିଆରେ ଏହାକୁ ନାପସନ୍ଦ କରିଛନ୍ତି ବହୁ ଜଗନ୍ନାଥପ୍ରେମୀ।

ସୋନା ମହାପାତ୍ରଙ୍କ ବିରୋଧରେ ବିବାଦ ନୂଆ ନୁହେଁ। ପୂର୍ବରୁ ରଙ୍ଗବତୀ ଗୀତ ପରିବେଷଣ କରି ବିବାଦ ଘେରକୁ ଆସିଥିଲେ ସୋନା। ବିନା ଅନୁମତିରେ ରଙ୍ଗବତୀ ଗୀତକୁ ରେମିକ୍ସ କରି ଗାଇବା ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ପଶ୍ଚିମ ଓଡିଶାବାସୀ ଏହାର ଘୋର ବିରୋଧ କରିଥିଲେ। କପିରାଇଟ୍ ଆକ୍ଟ ଉଲଂଘନ କରିଥିବା ଯୋଗୁ ସୋନା ମହାପାତ୍ରଙ୍କୁ ନୋଟିସ୍‌ ମଧ୍ୟ ପଠାଯାଇଥିଲା।

 

LEAVE A REPLY

Please enter your comment!
Please enter your name here