ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମାଲାୟଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଚାହାଣିକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିନି। ଏପଟେ ଓଲିଉଡ ନାୟିକା ଝିଲିକ୍‌ ପ୍ରିୟାଙ୍କ ରାସ୍ତାକୁ ଅନୁସରଣ କରି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଅପଲୋଡ୍ କରିଛନ୍ତି।

ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଭାଇରାଲ ଭିଡିଓ ପରେ ଏବେ ଓଲିଉଡ ନାୟିକା ଝିଲିକ୍‌ଙ୍କ ଭିଡିଓକୁ ନେଇ ଚର୍ଚ୍ଚା।

‘ଓରୁ ଅଦାରୁ ଲଭ୍‌’ ଫିଲ୍ମର ଏକ ଗୀତରେ ପ୍ରିୟା ପ୍ରକାଶଙ୍କ ଚାହାଣିକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା। ସୋସିଆଲ୍‌ ମିଡିଆରେ ଏହାର କିଛି ଅଂଶ ପ୍ରସାରିତ ହେବା ପରେ ପ୍ରିୟା ରାତାରାତି ଚର୍ଚ୍ଚିତ ହୋଇ ଯାଇଥିଲେ।

ଏବେ ପ୍ରିୟାଙ୍କ ଭଳି ଓଲିଉଡ ନାୟିକା ଝିଲିକ୍‌ ମଧ୍ୟ ଅନୁରୂପ ଚାହାଣି କରି ଏକ ଭିଡିଓ ଅପଲୋଡ କରିଛନ୍ତି।

ନିଜର ଆଗାମୀ ଫିଲ୍ମ ‘ଓଲେ ଓଲେ ଦିଲ ବୋଲେ’ ର ସୁଟିଂରେ ବ୍ୟସ୍ତ ଥିବା ଓଲିଉଡ ନାୟିକା ଝିଲିକ୍‌ ପ୍ରିୟାଙ୍କ ଭଳି ଅବିକଳ ଚକ୍ଷୁ ଭଙ୍ଗୀ କରିଛନ୍ତି।

ଫିଲ୍ମରେ ଅଭିନେତା ଜ୍ୟୋତି ରଞ୍ଜନ ନାୟକଙ୍କ ସହିତ ସେ ଆଖିରେ ଆଖିରେ ପ୍ରେମର ଇସାରା ଦେଇଛନ୍ତି।

ପ୍ରିୟାଙ୍କ ଆକ୍ସନକୁ ଅବିକଳ ନକଲ କରି ସେ ଏହି ଭିଡିଓ ଅପଲୋଡ କରିଛନ୍ତି।

ଜ୍ୟୋତିଙ୍କ ସହ ସେ ବିଭିନ୍ନ ପୋଜ୍‌ରେ ଫଟୋ ଉଠାଇ ସୋସିଆଲ୍‌ ମିଡିଆରେ ମଧ୍ୟ ଅପ୍‌ଲୋଡ୍‌ କରିଛନ୍ତି।

LEAVE A REPLY

Please enter your comment!
Please enter your name here