ଓଡ଼ିଶାଲାଇଭ୍ ବ୍ୟୁରୋ
ସଚିବାଳୟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୪ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି।
କଟକ ଓ ଜଗତସିଂହପୁର ଜିଲ୍ଲାର ୫ଟି ବ୍ଲକକୁ ଫ୍ଲୋରାଇଡ ମୁକ୍ତ ପାଣି ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୩୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୪୭୪ଟି ଗାଁର ୪ ଲକ୍ଷ ୨୨ ହଜାର ଲୋକଙ୍କୁ ଏହି ପାଣି ଯୋଗାଇ ଦିଆଯିବ। ପାଣି ଯୋଗାଇବା ପାଇଁ ପାଇପ୍ ଲାଇନ୍ ବିଛାଇବା କାମ ଏଲ୍ ଆଣ୍ଡ ଟି କରିବ।
ସେହିପରି ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ୨୯୩ଟି ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ୫୫୧.୭୮ କୋଟି ଟଙ୍କା ଖର୍ଚ୍ଚ ହେବ।
ଆଇରନ୍ ଭଳି ବକ୍ସାଇଟ ଖଣିର ଲଙ୍ଗଟର୍ମ ଲିଙ୍କେଜ ଦିଆଯିବ। ୭୦ ପ୍ରତିଶତ ଖଣିର ଲଙ୍ଗଟର୍ମ ଲିଙ୍କେଜ ଓ ବାକି ୩୦ ପ୍ରତିଶତ ଖଣି ଇ-ନିଲାମ ଦିଆଯିବ। ଲଙ୍ଗଟର୍ମ ଲିଙ୍କେଜ ଦ୍ବାରା ବେଦାନ୍ତକୁ ବକ୍ସାଇଟ ମିଳିବାର ଆଶା ରହିଛି। ସେହିପରି ଓପିଏସ୍ସି ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତିକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି।

















