ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାରଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ। ସନ୍ଧ୍ୟା ୬ଟା ୧୫ରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟିବେ।
ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରଥମ ଥର ପାଇଁ ସାକ୍ଷାତ କରିବେ। ରାଷ୍ଟ୍ରପତିଙ୍କୁ କ’ଣ ପାଇଁ ଭେଟିବେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ରାଷ୍ଟ୍ରପତିଙ୍କ ଡକରା ପାଇ ନବୀନ ଦିଲ୍ଲୀ ଯାଇଥିବା କୁହାଯାଉଛି।
ରବିବାର ଅପରାହ୍ଣରେ ନବୀନ ଦିଲ୍ଲୀରୁ ଫେରିବେ।
ଫେବ୍ରୁଆରି ୧୬ ତାରିଖରେ ନବୀନ ଦିଲ୍ଲୀ ଯାଇଥିଲେ। ଭୁବନେଶ୍ୱରରେ ହେବାକୁ ଥିବା ୱାର୍ଲଡ ହକି ଲିଗ୍ ପାଇଁ ଜର୍ସି ଉନ୍ମୋଚନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ବିଜୁ ବାବୁଙ୍କ ଜୀବନୀ ସମ୍ପର୍କିତ ବହି ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ଉପହାର ଦେଇଥିଲେ।














