ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତୀୟସ୍ତରରେ ଓଡ଼ିଶାର ପଟ୍ଟଚିତ୍ରକୁ ମିଳିଲା ସମ୍ମାନ। ବିଶ୍ଵର ବଡ ପବ୍ଲିକ୍ ଆର୍ଟ ଇଭେଣ୍ଟରେ ସ୍ଥାନ ପାଇବ ପଟ୍ଟଶିଳ୍ପୀ ପ୍ରଣବ ନାରାୟଣ ଦାସଙ୍କ ଦ୍ଵାରା ନିର୍ମିତ ‘କ୍ରିଷ୍ଣାହାତୀ’।

  • କ୍ରିଷ୍ଣା ଶରୀରରେ ବିଶ୍ଵ ଦେଖିବ କୃଷ୍ଣଲୀଳା ପଟ୍ଟଚିତ୍ର
  • ମୁମ୍ବାଇ ପ୍ରଦର୍ଶନୀରେ ମନ ଜିଣିଲା ହାତୀ ପ୍ରତିମୂର୍ତ୍ତୀ କ୍ରିଷ୍ଣା
  • ବିଶ୍ଵ ଏଲିଫ୍ୟାଣ୍ଟ୍ ପରେଡ଼ରେ ସାମିଲ ହେବ କ୍ରିଷ୍ଣା

ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର କଳାକୃତି ‘କ୍ରିଷ୍ଣାହାତୀ’ ବିଶ୍ୱର ସବୁଠାରୁ ବଡ଼ ପବ୍ଲିକ୍ ଆର୍ଟ ଇଭେଣ୍ଟ ଏଲିଫ୍ୟାଣ୍ଟ ପରେଡ଼ରେ ସାମିଲ ହେବାକୁ ଯାଉଛି ।

ମୁମ୍ବାଇରେ ଆୟୋଜିତ ଗେଟ୍ ୱେ ଅଫ୍ ପରେଡ଼ରେ ପୁରୀର ପଟ୍ଟଶିଳ୍ପୀ ପ୍ରଣବ ନାରାୟଣ ଦାସଙ୍କ କ୍ରିଷ୍ଣାହାତୀ ଶ୍ରେଷ୍ଠ ବିବେଚିତ ହୋଇଛି।

ଏସିଆ ମହାଦେଶର ବିଭିନ୍ନ ଦେଶରୁ ୧୦୧ଟି ହାତୀ କଳାକୃତିଙ୍କୁ ନେଇ ଏହି ପ୍ରତିଯୋଗିତା ହୋଇଥିଲା।

ଏହା ପୂର୍ବରୁ ଦିଲ୍ଲୀ ଓ ଜୟପୁରରେ ଆୟୋଜିତ ପରେଡରେ ଏହି ଓଡିଆ କଳାକୃତି ପୁରସ୍କୃତ ହୋଇଥିଲା।

ଏଥିରେ ଶ୍ରେଷ୍ଠ ବିବେଚିତ ହେବା ପରେ ‘କ୍ରିଷ୍ଣାହାତୀ’ ଲଣ୍ଡନରେ ନିଲାମ ହେବ।

ଫାଇବରରେ ନିର୍ମିତ ହାତୀ ଶରୀରରେ କୃଷ୍ଣଲୀଳାର ଚମତ୍କାର ଚିତ୍ରକଳା ଫୁଟାଇଛନ୍ତି ଶିଳ୍ପୀ ପ୍ରଣବ।

ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ସମେତ କେନ୍ଦ୍ରମନ୍ତ୍ରୀ ମେନେକା ଗାନ୍ଧୀ, ପରେଡ ଆମ୍ବାସାଡାର ପୁନମ ମହାଜନ ଯୋଗଦେଇ ‘କ୍ରିଷ୍ଣାହାତୀ’ କଳାକୃତିକୁ ଖୁବ୍ ପ୍ରଶଂସା କରିଥିଲେ।

୨୦୦୬ ମସିହାରୁ ହାତୀ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇ ଆସୁଛି ଏମିତି ପ୍ରଦର୍ଶନୀ।

ସଙ୍କଟରେ ଥିବା ଏସୀୟ ହାତୀଙ୍କ ସୁରକ୍ଷା ପାଇଁ ଏଲିଫ୍ୟାଣ୍ଟ ପରେଡ୍ ଇଣ୍ଡିଆ ପକ୍ଷରୁ ଦେଶର ବିଭିନ୍ନ ସହରରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ମୁମ୍ବାଇରେ ଥିଲା ଶେଷ ପ୍ରଦର୍ଶନୀ।

୧୦୧ଟି ହାତୀ କଳାକୃତି ମଧ୍ୟରୁ ପ୍ରାୟ ୧୫ଟି ହାତୀ ଯିବ ଲଣ୍ଡନ। ବିଶ୍ୱସ୍ତରୀୟ ପ୍ରଦର୍ଶନୀରେ ହେବ ଏହି ହାତୀଙ୍କ ନିଲାମୀ। ଏହି ନିଲାମରୁ ସଂଗୃହୀତ ଅର୍ଥ ଦେଶରେ ଥିବା ୧୦୧ଟି ଏଲିଫ୍ୟାଣ୍ଟ କରିଡ଼ରର ଉନ୍ନତିମୂଳକ କାର୍ଯ୍ୟରେ ଖର୍ଚ୍ଚ କରାଯିବ।

LEAVE A REPLY

Please enter your comment!
Please enter your name here