ଓଡ଼ିଶାଲାଇଭ୍ ବ୍ୟୁରୋ
ମାସିକ ଋତୁସ୍ରାବ ସମୟରେ ସ୍ଵଚ୍ଛତାକୁ ଲକ୍ଷ୍ୟ କରି ସ୍କୁଲ ଛାତ୍ରୀଙ୍କୁ ସାନିଟାରି ନାପକିନ୍ ଯୋଗାଇ ଦେବେ ରାଜ୍ୟ ସରକାର।
ସୋମବାର ଦିନ ଶୁଭାରମ୍ଭ ହୋଇଛି ‘ଖୁସି’ ଯୋଜନା। ଏହି ଯୋଜନା ଅନୁସାରେ ସ୍କୁଲରେ ପଢ଼ୁଥିବା ଛାତ୍ରୀମାନଙ୍କୁ ମାଗଣାରେ ମିଳିବ ସାନିଟାରୀ ନାପକିନ୍।
ମାସିକ ଋତୁସ୍ରାବ ସମୟର ସ୍ଵଚ୍ଛତାକୁ ଲକ୍ଷ୍ୟ କରି ସ୍କୁଲ ଛାତ୍ରୀଙ୍କୁ ସାନିଟାରି ନାପକିନ୍ ଯୋଗାଇ ଦେବା ପାଇଁ ସରକାର ଘୋଷଣା କରିଛନ୍ତି।
“ଷଷ୍ଠରୁ ଆରମ୍ଭ କରି ଦ୍ଵାଦଶ ଶ୍ରେଣୀର ଛାତ୍ରୀ ମାଗଣାରେ ପାଇବେ ନାପକିନ୍। ୧୫ ଲକ୍ଷ ଛାତ୍ରୀ ଖୁସି ଯୋଜନାରେ ଉପକୃତ ହେବେ। ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରାଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ଯୋଜନାରେ ଅନ୍ୟ ମହିଳାଙ୍କୁ ମଧ୍ୟ ରିହାତି ଦରରେ ନାପକିନ୍ ଯୋଗାଇ ଦିଆଯିବ। ଗ୍ରାମାଞ୍ଚଳରେ ବାସ କରୁଥିବା ମହିଳାମାନେ ଆଶାକର୍ମୀଙ୍କଠାରୁ ନାପକିନ୍ ସଂଗ୍ରହ କରିପାରିବେ।
“ ‘ଖୁସି’ ଯୋଜନା ଦ୍ଵାରା ବହୁ ଛାତ୍ରୀ ଉପକୃତ ହେବା ସହ ସ୍ଵଚ୍ଛତା ପ୍ରତି ଧ୍ୟାନ ଦେବେ। ଏହି ସୁବିଧା ଗ୍ରାମାଞ୍ଚଳରେ ରିହାତି ମୂଲ୍ୟରେ ଉପଲବ୍ଧ ରହିବ। ଏଠି ମାତ୍ର ୬ ଟଙ୍କାରେ ୬ଟି ନାପକିନ୍ ମିଳିବ”, କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।
ନିକଟରେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ପ୍ୟାଡ୍ମ୍ୟାନ୍’ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ଋତୁସ୍ରାବ ସମୟର ସ୍ଵଚ୍ଛତା ବିଷୟରେ ଦର୍ଶକଙ୍କୁ ସଚେତନ କରିଥିଲେ ଖିଲାଡି କୁମାର।
ଅକ୍ଷୟଙ୍କ ଏହି ଫିଲ୍ମ ଦ୍ଵାରା ପ୍ରଭାବିତ ହୋଇ ବିଭିନ୍ନ ରାଜ୍ୟର ସରକାର ନାପକିନ୍ ରିହାତି ମୂଲ୍ୟରେ ଦେବାକୁ ଘୋଷଣା କରିଥିଲେ।








ମାସିକ ଋତୁସ୍ରାବ ସମୟରେ ସ୍ଵଚ୍ଛତାକୁ ଲକ୍ଷ୍ୟ କରି ସ୍କୁଲ ଛାତ୍ରୀଙ୍କୁ ସାନିଟାରି ନାପକିନ୍ ଯୋଗାଇ ଦେବେ ରାଜ୍ୟ ସରକାର।









