ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ। ଭିଡିଓ କନଫରେନ୍ସିଂ ଜରିଆରେ ଗ୍ରାମାଞ୍ଚଳର ଲୋକଙ୍କ ସୁଖଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶୁଭାରମ୍ଭ ହୋଇଛି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ସଚିବାଳୟରେ ଉଦ୍‌ଘାଟନ ହୋଇଛି ଏହି ଯୋଜନା।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ ତମ ଜନ୍ମ ଦିବସରେ ‘ଆମ ଗାଁ, ଆମ ବିକାଶ’ ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଗ୍ରାମାଞ୍ଚଳ ଲୋକଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ସିଧାସଳଖ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସକୁ ସାରା ରାଜ୍ୟରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବାବେଳେ ଚଳିତବର୍ଷ ଏହା ଜିଲ୍ଲା ଓ ବ୍ଲକ୍ ସ୍ତରରେ ପାଳନ କରାଯାଉଛି।

ରାଜ୍ୟ ସଚିବାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ୪ଟି ଜିଲ୍ଲାର ପଞ୍ଚାୟତ ପ୍ରତିନିଧି ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିଛନ୍ତି।

ପ୍ରଥମେ ଯାଜପୁର ଓ ସମ୍ବଲପୁର ପଞ୍ଚାୟତ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ହୋଇଥିବାବେଳେ ପରେ ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।

Comment