ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହା ବେଦିରେ ତାଣ୍ଡବ କରି ଥାନାରେ ବିବାହ କରିବାର ୨୪ ଘଣ୍ଟା ନପୂରୁଣୁ ମଦ୍ୟପ ଯୁବକଙ୍କ ନାଁରେ ଆସିଛି ଆଉ ଏକ ଅଭିଯୋଗ।

ବାହା ବେଦିରୁ ଉଠି ଥାନାରେ ବିବାହ କରିଥିବା ମଦ୍ୟପ ଯୁବକଙ୍କ ନାଁରେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ। ଏହି ଅଭିଯୋଗ କରିଛନ୍ତି ସେକ୍ଟର-୭ର ଜଣେ ଯୁବତୀ।

ସମ୍ପୃକ୍ତ ଯୁବକ ତାଙ୍କୁ ପୂର୍ବରୁ ବିବାହ କରିଛନ୍ତି। ତାଙ୍କ ସହ ଶାରୀରିକ ସମ୍ପର୍କ ରଖଛନ୍ତି ବୋଲି ଅଭିଯୋଗ କରି ଉକ୍ତ ଯୁବତୀ ଟାଙ୍ଗରପାଲି ଥାନାରେ ଏତଲା ଦେଇଛନ୍ତି। ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଏକ ମାମଲା ଋଜ୍ଜୁ କରିଛି।

ରାଉରକେଲା ସାରନଗରୀ ଜଗନ୍ନାଥ ମନ୍ଦିରକୁ ବିବାହ ପାଇଁ ଆସିଥିବା ବନ୍ଧମୁଣ୍ଡା ଚମ୍ପାଗଡର ବର ଶଙ୍କର ପଣ୍ଡା ମଦ ନିଶାରେ ବେଦୀରୁ ଉଠିଯାଇ ଥିଲେ। ମଦ୍ୟପ ଯୁବକର ଭାଇ କିଛି ଯୁବକଙ୍କ ସହ ମିଶି କନ୍ୟାପକ୍ଷକୁ ମାରଧର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। କନ୍ୟା ମଦୁଆ ବରକୁ ବାହା ହେବାକୁ ମନା କରିଦେଇଥିଲେ।

ପରେ କିନ୍ତୁ ମଙ୍ଗୁଳା କନ୍ୟାକୁ ବିବାହ କରିବା ପାଇଁ କନ୍ୟାଘର ପକ୍ଷରୁ ବହୁ ଅନୁରୋଧ କରିଥିଲା। ସାମାଜିକ ଚାପ ଆଗରେ ମୁଣ୍ଡ ନୁଆଁଇଥିଲେ କନ୍ୟାପକ୍ଷ। ଶେଷରେ କନ୍ୟା ବେକରେ ବରଣମାଳା ପକାଇ ଭୁଲ ମାଗିଥିଲା ବର। ମାମଲାର ସମାଧାନ ହେବାର ୨୪ ଘଣ୍ଟା ନପୂରୁଣ ମଦ୍ୟପ ଯୁବକଙ୍କ ନାଁରେ ଆଉ ଏକ ମାମଲା ଋଜ୍ଜୁ ହୋଇଛି।

LEAVE A REPLY

Please enter your comment!
Please enter your name here